“ଅଲମ୍ପିକ୍ସ ଅଫ ସ୍କିଲସ” ପାଇଁ କଜାନରେ ପହଞ୍ଚିଲା ଭାରତ
(ଯୁଗାବ୍ଦ ନ୍ୟୁଜ) , ୱାର୍ଲ୍ଡ ସ୍କିଲ ଇଂଟରନ୍ୟାସନାଲ କମ୍ପିଟେସନ ୨୦୧୯ ପାଇଁ ରୁଷିଆର କଜାନରେ ପହଂଚିଛି ୪୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ । ଉକ୍ତ ସଦସ୍ୟ ମାନେ ୪୪ଟି ବିଭାଗ ଯଥା, ମୋବାଇଲ ରୋବୋଟିକ୍ସ, ପ୍ରେଟୋଟାଇପ ମଡେଲିଙ୍ଗ, ହେୟାର ଡ୍ରେସିଙ୍ଗ, ବେକିଙ୍ଗ, କନ୍ଫେକଶନାରି ଏବଂ ପେଟିସାରି ୱେଲଡିଙ୍ଗ, ଇଟା ଧାଡିରେ ରଖିବା, କାର ପେନ୍ଟିଙ୍ଗ, ପୋ୍ଲରେଷ୍ଟିଙ୍ଗ ଇତ୍ୟାଦି, ଏବଂ ଏହି ସବୁ କାର୍ଯ୍ୟ ପାଇଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବା ପାଇଁ ପ୍ରସ୍ତୁତ ଅଛନ୍ତି । ୪୪ ଜଣ ବିଶେଷଜ୍ଞ ଏବଂ ୧୪ ଜଣ ବ୍ୟାଖ୍ୟାକାରୀ ଏହି ଟିମ୍ ସହିତ ଜଡିତ ଅଛନ୍ତି ।ସୁଚନାଯୋଗ୍ୟ, ୬୦ରୁ ଅଧିକ ଦେଶ ଏହି କମ୍ପିଟେସନ ଭାଗ ନେଇଛନ୍ତି ଏବଂ ଏହା ୬ ଦିନ ଧରି ଚାଲିବ ଯାହାକି ଅଲମ୍ପିକ୍ସ ଅଫ ସ୍କିଲସ୍ ନାମରେ ପରିଚିତ ।


