ଅସହାୟ ମହିଳାଙ୍କୁ ଶୀତବସ୍ତ୍ର ବଂଟନ କଲା ଯୋଶଦା ଫାଉଣ୍ଡେସନ୍

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯୋଶାଦା ଫାଉଣ୍ଡେସନ୍ ପକ୍ଷରୁ ତାଡ଼େପଲ୍ଲୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କରାତଳି ଗ୍ରାମର ଅସହାୟ ଓ ବିଧବା ମହିଳା ମାନଙ୍କୁ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶୀତବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର ସଭ୍ୟ ବସନ୍ତ କୁମାର ମହାରଣା, ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମହିଳା ମାନଙ୍କୁ ଶୀତବସ୍ତ୍ର ବଂଟନ କରିିବା ସହ ଆୟୋଜନକାରୀଙ୍କୁ ପ୍ରଶଂସା କରିଥିଲେ । ପୂର୍ବରୁ ଫାଉଣ୍ଡେସନ୍ ପକ୍ଷରୁ ଗ୍ରାମର ୪ଜଣ ଅସହାୟ ମହିଳାଙ୍କ ଚକ୍ଷୁ ର ଅସ୍ତ୍ରୋପଚାର କରାଯାଇଛି ବୋଲି ଟ୍ରଷ୍ଟି ଶ୍ରୀମତୀ ପଣ୍ଡା ସୂଚନା ଦେଇଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ଯୋଶଦା ଫାଉଣ୍ଡେସନ୍ ର ସୁଜତା ଓ ସୁଦେଷ୍ଣା ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ