ସରକାରୀ ବାବୁଙ୍କ ଭୁଲ୍ ପାଇଁ ଦୁଇ ପରିବାର ମଧ୍ୟରେ ମାରପିଟ୍ ଗଣ୍ଡଗୋଳ
ଘଟଗାଁ,(ନାରାୟଣ ପଲାଇ): ସରକାର ସରକାରୀ ବାବୁ ମାନଙ୍କୁ ମୋଟା ଅଙ୍କର ଦରମା ଦେଉଛନ୍ତି ସାଧାରଣ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ କିନ୍ତୁ ଅନେକ ସମୟରେ ସରକାରୀ ବାବୁ ମାନଙ୍କ ଖାମ୍ଖିଆଲି ଓ ଭୁଲ୍ ପାଇଁ ସାଧାରଣ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେ । ଏଭଳି ଏକ ଅବିକଳ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଅଁରପୁର ଗ୍ରାମରେ । ଗାଁର ଜିତେନ୍ଦ୍ର ସାହୁ ପରିବାର ତାଙ୍କ ଘରୁ ରାସ୍ତାକୁ ବାହାରୁ ଥିବା ରାସ୍ତାକୁ ସେହି ଗାଁର ନିର୍ମଳ ସାହୁ ଗତ କିଛି ମାସ ହେବ ଅବରୋଧ କରିବା ସହ ସେହି ରାସ୍ତାରେ ଯିଏ ଯିବ ତାକୁ ଜୀବନରୁ ମାରି ଦେବାକୁ ଧମକ ଦେଉଛି । ଏମିତିକି ଗତ କିଛି ଦିନ ତଳେ ଉଭୟ ପରିବାର ମଧ୍ୟରେ ମାରପିଟ୍ ହେବା ସହିତ ବର୍ତମାନ ମାମଲା ଯାଇ ଥାନାରେ ପହଂଚିଛି । ଅନ୍ୟପକ୍ଷରେ ଏସବୁ ଘଟଣା ହରିଚନ୍ଦନପୁର ରାଜସ୍ୱ ନିରିକ୍ଷକଙ୍କ ଭୁଲ୍ ପାଇଁ ହୋଇଛି ବୋଲି ଜୀତେନ୍ଦ୍ର ପ୍ରକାଶ କରୁଛନ୍ତି ।
ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଅଁରପୁର ଗ୍ରାମର ଜୀତେନ୍ଦ୍ର ସାହୁ । ଜୀତେନ୍ଦ୍ର ସାହୁଙ୍କ ପୂର୍ବଜ ବିଗତ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଉକ୍ତ ଗାଁରେ ଜମି କିଛି ଡେସିଲ୍ କିଣିବା ସହିତ ତାକୁ ଚିହ୍ନଟ କରି ଘରବାରୀ ପଟା ସରକାରଙ୍କ ତରଫରୁ ମିଳିଛି । ସରକାରଙ୍କ ନିୟମ ଅନୁସାରେ ଘରବାରୀ ପଟ୍ଟା ସେହି ସ୍ଥାନକୁ କୁହାଯିବ ଯେଉଁ ସ୍ଥାନରୁ ସରକାରଙ୍କ ରାସ୍ତାକୁ ଯିବା ପାଇଁ ରାସ୍ତା ଥିବ । ସେହିଭଳୀ ଘରବାରି ପଟ୍ଟା ହେବାପରେ ଘର କରି ବିଗତ ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ଜୀତେନ୍ଦ୍ରଙ୍କ ପରିବାର ଲୋକେ ଘରୁ ଗାଁ ସ୍ତାକୁ ଜାତାୟତ କରି ଚଳିଆସୁଥିଲେ । ଯାହାକୁ ନିଜେ ସେତେବେଳର ହରିଚନ୍ଦନପୁର ରାଜସ୍ୱ ନିରିକ୍ଷକ ତାଙ୍କ ଘରୁ ଗାଁ ରାସ୍ତାକୁ ବାହାରିବା ପାଇଁ ରାସ୍ତା କରିଦେଇଥିଲେ । କିନ୍ତୁ ବିଗତ କିଛି ମାସ ତଳେ ଜୀତେନ୍ଦ୍ରଙ୍କ ଘରକୁ ଲାଗିଥିବା ଜମିର ମାଲିକ ନିର୍ମଳ ନାଏକ ଚିହ୍ନଟ କରି ଦେଖିଲେ ଯେ ଜୀତେନ୍ଦ୍ର ଘରୁ ଗାଁ ରାସ୍ତାକୁ ଯାଉଥିବା ରାସ୍ତା ନିର୍ମଳସାହୁଙ୍କ ଜମି ମଧ୍ୟରେ ଯାଉଛି । ସେହି ଦିନ ଠାରୁ ଉଭୟଙ୍କ ପରିବାର ମଧ୍ୟରେ ମହାଭାରତ ସୃଷ୍ଟି ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠେ ଘରବାରି ଜମିକୁ ଗାଁ ରାସ୍ତାକୁ ବାହାରିବା ପାଇଁ ରାସ୍ତା ନଥିବା ସ୍ଥାନକୁ କିପରି ସରକାରୀ ବାବୁମାନେ ଘରବାରି ପଟ୍ଟା ଦେଲେ । ସେହି ଗୋଟିଏ ଚଉକିରେ ବସୁଥିବା ସରକାରୀ ବାବୁ ପୂର୍ବରୁ ଜୀତେନ୍ଦ୍ରଙ୍କୁ ଘରୁ ଗାଁ ରାସ୍ତାକୁ ବାହାରିବା ପାଇଁ ରାସ୍ତା ଦେଇଥିଲେ । କିନ୍ତୁ ବର୍ତମାନ ଜୀତେନ୍ଦ୍ର ନିଜ ଘରବାରୀ ଜମିରୁ ଗାଁ ରାସ୍ତାକୁ ବାହାରିବାକୁ ରାସ୍ତା ନାହିଁ ସରକାରଙ୍କ ରାଜସ୍ୱ ମାପ୍ରେ । ଏଭଳି ଜମିବାଡି ଟଣା ଉଟରାରାରେ ଉଭୟଙ୍କ ପରିବାର ଲୋକଙ୍କ ମଧ୍ୟରେ ସାମାନ୍ୟ ଝଗଡା ହେଉଥିଲା । ତେବେ ଗତ କିଛି ଦିନ ତଳେ ଜିତେନ୍ଦ୍ର ସାହୁଙ୍କ ପରିବାର ଲୋକେ ସେହି ରାସ୍ତା ଦେଇ ବାହାରକୁ ବାହାରୁଥିବା ସମୟରେ ନିର୍ମଳ ସାହୁଙ୍କ ପରିବାର ଲୋକ ଦେଖିଥିଲେ । ଯାହାକୁ ବିରୋଧ କରିବାକୁ ଯାଇ ନିର୍ମଳଙ୍କ ପରିବାର ଲୋକେ ଗଣ୍ଡଗୋଳ ଆଉରମ୍ଭ କରି ମାରପିଟ୍ ମଧ୍ୟ ଆରମ୍ଭ କରିବ ହୋଇ ଉଭୟଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ମାର୍ପିଟ୍ ମଧ୍ୟ ହୋଇଥିଲମ୍ବୋଲି ସ୍ଥାନୀୟ ଲୋକେ ପାଖରୁ ଶୁଣିବାକୁ ମିଳୁଛି । ଏନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ଗୋଟିଏ ପୋଟେ ଉଭୟଙ୍କ ମଧ୍ୟରେ କେସ୍ ଚାଲିଥିବା ବେଳେ ନିର୍ମଣ ଫେରାର୍ ଥିବା ବେଳେ ଜୀତେନ୍ଦ୍ରକୁ ପୋଲିସ୍ କୋର୍ଟ ଚାଲାଣ କରିଛି । ତେବେ ଉଭୟଙ୍କ ନାଁରେ କେସ୍ ଚାଲିଥିବା ବେଳେ ପୋଲିସ୍ କେବଳ ଜୀତେନ୍ଦ୍ର ସାହୁଙ୍କ ନାଁ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ତାହାକୁ ନେଇ ହରିଚନ୍ଦନପୁର ଅଂଚଳରେ ଚର୍ଚ୍ଚା ହେବା ସହ ପୋଲିସ୍ର କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି କରୁଛନ୍ତି । ଅନ୍ୟପକ୍ଷରେ ଫେରାର୍ ହୋଇଥିବା ନିର୍ମଳ ଅଧିକାଂଶ ସମୟରେ ହରିଚନ୍ଦନପୁର ବଜାରରେ ବୁଲିବା ସହ ପୋଲିସ୍ ମୋ ହାତ ମୁଠାରେ, ମୋର ଲମ୍ବା ହାତ, ମୁଁ ଚାହିଁଲେ କଳା କୁ ଧଳା କରିଦେବି ବୋଲି ଲୁଚି ଲୁଚି ଗାଇବୁଲୁଛି ବୋଲି ସ୍ଥାନୀୟ ଲୋକଙ୍କ ପାଖରୁ ଶୁଣିବାକୁ ମିଳୁଛି । ତେବେ ଏଥିପ୍ରତି ଜିଲ୍ଲା ପୋଲିସ୍ ପ୍ରଶାସନ ଦୃଷ୍ଟି ଦେଇ ଜୀତେନ୍ଦ୍ରଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦିଅନ୍ତୁ । ତାସହିତ ଜୀତେନ୍ଦ୍ରଙ୍କ ଘର ଲୋକେ ଗାଁ ରାସ୍ତାକୁ ନିରାପଦରେ ବାହାରିବାର ସୁବନ୍ଦୋବସ୍ଥ କରାଇବାକୁ ସ୍ଥାନୀୟ ଲୋକେ ଏବଂ ନୀତେନ୍ଦ୍ରଙ୍କ ପରିବାର ଲୋକେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି ।


