ଆଇଆରଇର ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଚାକିରୀ ପ୍ରଦାନ ନିମନ୍ତେ ଲଢେଇ କରିବ ବିଜେପି ର ନେତୃବୃନ୍ଦ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ନିକଟସ୍ଥ ମାଟିଖାଲ ସ୍ଥିତ ଆଇଆରଇ କମ୍ପାନୀର ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦାବି ସହ ପରିବାର ବର୍ଗ କୁ ଉଚିତ୍ ନ୍ୟାୟ ପ୍ରଦାନ ନିମନ୍ତେ ବିଜେପିର ଦଳ ନେତା ମାନେ ଅଣ୍ଟା ଭିଡିଛନ୍ତି । ଆଇଆରଇ କମ୍ପାନୀରେ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ଦାବି ନେଇ ବହୁବାର ମୃତ ଶ୍ରମିକଙ୍କ ପରିବାର ବର୍ଗ ଆନ୍ଦୋଳନ କରିଛନ୍ତି । ମାତ୍ର ସେମାନଙ୍କୁ ଉଚିତ୍ ନ୍ୟାୟ ଏବଂ ନିଯୁକ୍ତି ମିଳିନଥିବାରୁ ରବିବାର ଅପରାହ୍ନରେ ଏ.ତୋଟାପଲ୍ଲୀ ସ୍ଥିତ ମା ବ୍ୟଘ୍ରଦେବୀ ମନ୍ଦିର ପରିସରରେ ଭାରତୀୟ ମଜଦୂର ସଂଘ ଗଂଜାମ ଜିଲ୍ଲା ଶାଖାର କୋଷାଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ପୈାରହିତ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲ।। ଏଥିରେ ବିଜେପି ଦଳର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର କର, ପୂର୍ବତନ ନଗରପାଳ ତଥା ବିଜେପି ନେତା ରାମଚନ୍ଦ୍ର ବେହେରା, ଛତ୍ରପୁର ମଣ୍ଡଳର ପୂର୍ବତନ ସଭାପତି ତଥା ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢି, ଏନଏସି ପ୍ରଭାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ଉପସଭାପତିକେ.ରଘୁନାଥ ରେଡ୍ଡୀ , ଆଇନଜିବୀ ମନୋଜ କୁମାର ବେହେରା, ଅବସରପ୍ରାପ୍ତକିରାଣୀ ଟୁନା ବେହେରା, ଭାରତୀୟ ମଠ ମନ୍ଦରି ଉନ୍ନୟନ ସମିତିର ପ୍ରମୁଖ ବିଶ୍ୱଦେବ ମହାରଣା ଓ ଭାରତୀୟ ବିକାଶ ମଞ୍ଚର ନେତା ରବିନାରାୟଣ ମହାରଣା ପ୍ରମୁଖ ଯୋଗଦେଇ ମୃତ ଶ୍ରମିକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆଇଆରଇ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟ ମୂଳକ ଭାବେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରୁନଥିବା ଘଟଣାକୁ ନିନ୍ଦା କରିଥିଲେ । ମୃତ ଶ୍ରମିକ ମାନେ ଆଇଆରଇ ନିମନ୍ତେ ଶ୍ରମ ଦେଇଛନ୍ତି । ତେଣୁ ସେମାନଙ୍କ ପରିବାରର ସଦସ୍ୟଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ନିମନ୍ତେ ବିଜେପି ନେତୃ ମଣ୍ଡଳୀ ମାନେ ଦାବି କରିଥିଲେ । ଆଗାମୀ ଦିନରେ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଉଚିତ ନ୍ୟାୟ ସହ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଲଢେଇ ଜାରୀ ରହିବ ବୋଲି ମତବ୍ୟକ୍ତ ରଖିଥିଲେ । ଏହାସହ ଖୁବ୍ ଶୀଘ୍ର ମାନ୍ୟବର ହାଇକୋର୍ଟର ଆଶ୍ରୟ ନିଆଯିବ ମଧ୍ୟ ଓକିଲ ସଂଘର ସଭାପତି ଶ୍ରୀ ସୂଚନା ଦେଇଥିଲେ । ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ସମେତ ବିଜେପିର ଏକ ପ୍ରତିନିଧୀ ଦଳ ଘଟଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବରିଷ୍ଠ ନେତା ଶ୍ରୀ ପତି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୃତ ଶ୍ରମିକଙ୍କ ପରିବାର ସଦସ୍ୟ ନୃସିଂହ ଗୈାଡ, ଅବନୀକାନ୍ତ ସାହୁ, ତପନ କୁମାର ପାତ୍ର, ସୁଶାନ୍ତ ନାୟକ, ସୁଶାନ୍ତ ଶବର ଓ ସନ୍ତୋଷ ବେହେରା ପ୍ରମୁଖ ସେମାନଙ୍କ ଦାବି ସମ୍ପର୍କରେକହିଥିଲେ । ପ୍ରାରମ୍ଭରେ ଅତିଥୀ ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୈକନ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କର୍ାଯାଇଥିଲା ।


