ଅହିଂସା ରଥକୁ କରଞ୍ଜିଆ ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ବିପୁଳ ଉତ୍ସାହର ସହିତ ସ୍ବାଗତ ସମ୍ବର୍ଦ୍ଧନା

କରଞ୍ଜିଆ, (ଜିତେନ୍ଦ୍ର ରାଜ):ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବ୍ୟାପି ପରିକ୍ରମା କରିବା ସହ ଅହିଂସା ଆମ ସ୍ଵାଧୀନତା ର ମୂଳମନ୍ତ୍ର , ଆମ ପ୍ରଗତି ର ଭିତ୍ତି ସନ୍ଦେଶ ତଥା ମହାତ୍ମାଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଗତ ଅଗଷ୍ଟ ୧୫ ତାରିଖ ରୁ ସାରାରାଜ୍ୟ ପରିକ୍ରମା ପାଇଁ ବାହାରିଥିବା ଅହିଂସା ରଥ କୁ ମୟୁରଭଞ୍ଜ ଜିଲ୍ଳାରେ ପହଞ୍ଚିବା ପରେ କରଞ୍ଜିଆ ଠାରେ ବିପୁଳ ଉତ୍ସାହର ସହିତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ଆଜି ସକାଳ ୮ ଘଟିକା ସମୟରେ କେନ୍ଦୁଝର ଜିଲ୍ଲା ପରିକ୍ରମା ପରେ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ରେ ରଥ ପ୍ରବେଶ କରିଥିଲା କରଞ୍ଜିଆ ର ପ୍ରବେଶ ପଥ ଦେଓ ନଦୀ କୂଳରେ କରଞ୍ଜିଆ ଏନଏସି ତରଫରୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ ଙ୍କ ନେତୃତ୍ୱ ରେ ସ୍ୱାଗତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି, କାଉନସିଲର ଙ୍କ ମଧ୍ୟ ରେ ରଣଜିତ ଖାଟୁଆ, ନମିତା ଘଣ୍ଟିଆଳି, ଇଏନଏସ ପ୍ରିୟଙ୍କା, ସୁଲୋଚନା ପୁଥାଳ, କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ମହାନ୍ତ ଙ୍କ ସମେତ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଙ୍କ ସମେତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି ର ସଭ୍ୟା, ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ଏନଏସି କାର୍ଯ୍ୟାଳୟ ର ସୁଧୀର ସାହା,ସମ୍ରଜିତ ଜେନା,ସୌଭାଗ୍ୟ ପଟ୍ଟନାୟକ, ରୋହିତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ସଭାଯାତ୍ରା ଟି କୁ ବିଭିନ୍ନ ଛକ ମାନଙ୍କ ରେ ସ୍ୱାଗତ କରାଯାଇଥିଲା କରଞ୍ଜିଆ ଡିଏମ ପବ୍ଲିକ ସ୍କୁଲ, କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀ ବିପୁଳ ଉତ୍ସାହର ସହିତ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା କରଞ୍ଜିଆ ସହର ପରିକ୍ରମା ପରେ କରଞ୍ଜିଆ ବ୍ଲକ ଅନ୍ତର୍ଗତ କେରକେରା ଠାରେ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି ଙ୍କ ନେତୃତ୍ୱ ରେ ସ୍ୱାଗତ କରାଯାଇଥିଲା ଓ ଶୁକୃଳି ବ୍ଲକ ଅନ୍ତର୍ଗତ ସିଙ୍ଗଡା ହାଇସ୍କୁଲ ଠାରେ ପହଞ୍ଚିବା ପରେ ସେଠାରେ ମଧ୍ୟ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ପରେ ରଥ ଠାକୁରମୁଣ୍ଡା ଠାରେ ପହଞ୍ଚିବା ପରେ ସେଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ରଥ କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ