ଆଇଆରପିଏମ ବିଭାଗ ପକ୍ଷରୁ ପାଠ୍ୟଚକ୍ର

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ପିପୁଲସ କଲେଜର ଆଇଆରପିଏମ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ କଲେଜ ପରିସରରେ ” ବିଭାଜିତ ପ୍ରକ୍ରିୟା ” ଆଲୋଚ୍ୟ ବିଷୟରେ ପାଠଚକ୍ର ଅନୁଷ୍ଟିତ ହୋଇ ଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଭଞ୍ଜନ ମୁନିଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ପାଠଚକ୍ରରେ କଲେଜର ଅଧ୍ୟକ୍ଷ ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ। ସମ୍ବଳ ଶିକ୍ଷକ ଭାବେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଇଆରପିଏମ ବିଭାଗ ଅଧ୍ୟାପକ ସନ୍ତୋଷ କୁମାର ଗୌଡ଼ ଯୋଗଦେଇ ପଥଚକ୍ରର ଆବଶ୍ୟକତା ବିଷୟରେ ବକ୍ତବ୍ୟ ରଖିଥିଲେ।ଏଥିରେ ଯୁକ୍ତ ତିନିର ଛାତ୍ରୀ ପିଙ୍କି ଦଳାଇ ଓ ଅନୁରାଧା ମହାପାତ୍ର ଏବଂ ଛାତ୍ର ଚନ୍ଦନ ସେଠି ଓ ପିଣ୍ଟୁ ବିଷୋୟୀ ମିଳିତଭାବେ ସନ୍ଦର୍ଭ ଉପସ୍ଥାପନ କରିଥିଲେ।ପାଠଚକ୍ର ସମ୍ପାଦକ ଶିବ ପ୍ରସାଦ ବେହେରା ବିବରଣୀ ପଠନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ରବୀନ୍ଦ୍ର କୁମାର ପୋଲାଇ, ଅଜୟ କୁମାର ସାହୁ,ଭି ଏସ ରାଜୁ,ଆତ୍ମ ପ୍ରକାଶ ନାୟକ ଓ ଅଧ୍ୟାପିକା ଅନିତା ଦେବୀ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ