ଆଉ ଜଣେ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇ ଶେଷନିଶ୍ୱାଷ ତ୍ୟାଗ କରିଛନ୍ତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଅତିରିକ୍ତ ବିଡିଓ ଅଭିମନ୍ୟୁ ସାହୁ କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁରରେ ଶେଷନିଶ୍ୱାଷ ତ୍ୟାଗ କରିଛନ୍ତି । ଗଜପତି ଜିଲ୍ଲାର ଆଉଜଣେ ଯୋଦ୍ଧା କରୋନାରେ ପ୍ରାଣ ତ୍ୟାାଗ କରିଥିବା ଖବର ପହଞ୍ଚିବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସେ ଉତ୍ତମ କାର୍ଯ କରିବା ସହ ଗୋଷାଣୀର ବିଭିନ୍ନ ଉନ୍ନୟନ କାର୍ଯରେ ସଂଶ୍ଲିଷ୍ଟ ରହି ବିଭିନ୍ନ ମହଲରୁ ପ୍ରଶଂସିତ ହେଉଥିଲେ । ତାଙ୍କ ବିୟୋଗରେ ଜିଲ୍ଲାପାଳ ଅନୁପମ ସାହା ଗଭିର ଶୋକ ପ୍ରକାଶ କରିଛନ୍ତି । ସେ ଦୀର୍ଘ ୧୦ ଦିନ ଧରି କରୋନାରେ ପୀଡିତ ହୋଇ ପ୍ରଥମେ ପାରଳାଖେମୁଣ୍ଡି ନିକଟସ୍ଥ ଆର.ସୀତାପୁର କୋଭିଡ୍ ହସ୍ପିଟାଲ ଓପରେ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ପରେ ବ୍ରହ୍ମପୁର ଠାରୁ ତାଙ୍କୁ ରାଜ୍ୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଗଜପତି ପିରଶାସନ ପକ୍ଷରୁ ତାଙ୍କ ଶେଷକୃତ୍ୟରେ ଯୋଗ ଦେବାପାଇଁ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ,ପାରଳାଖେମୁଣ୍ଡି ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏବଂ ବ୍ରହ୍ମପୁର ଉପ-ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ ତାଙ୍କର ଶେଷ ଦର୍ଶନ କରିବା ସହ ଶୋକ ପ୍ରକାଶ କରିଥିଲେ ।