ଗଜପତିରେ କରୋନା ସଂକ୍ରମଣ ୧୭ଜଣ ପଜିଟିଭ୍ ଚିହ୍ନଟ,ମୋଟ ସଂଖ୍ୟା ୩୦୯୪

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ । ଆଜି ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୭ଜଣକୁ ମିଶାଇ ସଂଖ୍ୟା ୩୦୯୪ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୧୭ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୩ଜଣ, କାଶୀନଗର ବ୍ଲକରୁ ଜଣେ,ମୋହନା ବ୍ଲକରୁ ୪ଜଣ,ନୁଆଗଡ ବ୍ଲକରୁ ୨ଜଣ,ରାୟଗଡ ବ୍ଲକରୁ ଜଣେ,ଗୁମ୍ମା ବ୍ଲକରୁ ୬ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ଜଣେ କୋଭିଡ୍ ଯୋଦ୍ଧା ରହିଥିବା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ୧୬ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ