ଆଉ ୩ ଟି ରୁଟ୍ ରେ ଚାଲିବ ମୋ ବସ୍

ଭୁବନେଶ୍ୱର, ଆଉ ୩ଟି ନୂଆ ରୁଟ୍ ଦେଇ ମୋ ବସ୍ ଚଳାଚଳ କରିବ । ବରମୁଣ୍ଡାରୁ ରସୁଲଗଡ଼ ଦେଇ କୋଣାର୍କ ପର୍ଯ୍ୟନ୍ତ ୭୧ ନମ୍ବର ରୁଟ୍ , ମାଷ୍ଟକକ୍ୟାଂଟିନ୍ ଠାରୁ ଜୟଦେବ ପୀଠ ପର୍ଯ୍ୟନ୍ତ ରୁଟ୍ ନମ୍ବର ୩୫ ଏବଂ ଆଚାର୍ଯ୍ୟ ବିହାରରୁ ନୀଳାଦ୍ରି ବିହାର ରୋଡ୍ ଦେଇ ପଟିଆ ପର୍ଯ୍ୟନ୍ତ ବିଭିନ୍ନ ପ୍ରମୁଖ ଡାକ୍ତରଖାନାକୁ ରୁଟ୍ ନମ୍ବର ୯ ରେ ମୋ ବସ୍ ସେବା ଉପଲବ୍ଧ ହେବ । କ୍ୟାପିଟାଲ ରିଜିଅନ ଅର୍ବନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି । ବର୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଓ ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ଏହି ନିଷ୍ପତି ନିଆଯାଇଥିବା କ୍ରୁଟ୍ କର୍ତୃପକ୍ଷ କହିଛନ୍ତି । ପ୍ରତି ୩୦ ମିନିଟ୍ ରେ ଏହି ସବୁ ରୁଟ୍ ରେ ଯାତ୍ରୀଙ୍କୁ ନେଇ ମୋ ବସ୍ ଯାତାୟତ କରିବ । ଅନ୍ୟପକ୍ଷରେ ବରମୁଣ୍ଡାରୁ ପୁରୀ ଯିବା ପାଇଁ ରହିଥିବା ୫୧ ନମ୍ବର ରୁଟ୍ କୁ ବନ୍ଦ କରି ଦିଆଯାଇଛି । ଅପେକ୍ଷାକୃତ କମ୍ ଯାତ୍ରୀ ହେଉଥିବାରୁ କ୍ରୁଟ୍ ଏଭଳି ନିଷ୍ପତି ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ