ଆକାଶ କୋଚିଂ ଇନଷ୍ଟିଟ୍ୟୁଟ ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଂଟନ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଆକାଶ କୋଚିଂ ଇନଷ୍ଟିଟ୍ୟୁଟ ପକ୍ଷରୁ ସହରର ତିନିମୁହାଣି ଠାରେ କରୋନା ମହାମାରୀ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଗରୀବଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଂଟନ କରାଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ କୋଚିଂ ଇନଷ୍ଟିଟ୍ୟୁଟ ପକ୍ଷରୁ ଲୋକଙ୍କୁ କରୋନା ସଚେତନତା କରାଯିବା ସହିତ ଗରୀବ,ଅସହାୟ,ଭିନ୍ନକ୍ଷମ ଓ ନିରାଶ୍ରୟମାନଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଂଟନ କରାଯାଇଥିବା ସୂଚନା ମିଳିଛି । ଅନୁଷ୍ଠାନର ଅଧ୍ୟକ୍ଷ ବେଣୁଧର ସାହୁ,ଅମୀୟ କୁମାର ଭୋଳ,ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ ଲୋକମାନଙ୍କୁ ସଚେତନ କରିବା ସହିତ ଶୁଖିଲା ଖାଦ୍ୟ ଓ ମାସ୍କ ବଂଟନ କରିଥିଲେ ।