ଆଗରପଡା ଅଞ୍ଚଳ ସାନିଟାଇଜ୍

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ କାଣ୍ଡବା ଗ୍ରାମରେ ଶନିବାର ୨୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ପଞ୍ଚାୟତ ପକ୍ଷରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସଂପୃକ୍ତ ଗ୍ରାମକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏଥିସହ ରବିବାର ଆଗରପଡା ଅଗ୍ନିଶମ ବାହିନୀ ପକ୍ଷରୁ କାଣ୍ଡବା ଗ୍ରାମ ସମେତ ଆଗରପଡା ଥାନା ଓ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାନିଟାଇଜ୍ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ