ଆଗରପଡା ଗ୍ରିଡରୁ ବିଦ୍ୟାଧରପୁର ଷ୍ଟ୍ରକ୍‌ଚରକୁ ବିଦ୍ୟୁତ ସଂଯୋଗ ଦାବି

ହାଟଡିହି (ଓ୍ବାଇଏନ୍ଏସ୍) : ଆଗରପଡା ଗ୍ରିଡରୁ ବିଦ୍ୟାଧରପୁର ଷ୍ଟ୍ରକଚରକୁ ବିଦ୍ୟୁତ ଯୋଗାଣ ପାଇଁ ଦାବି ଯୋର ଧରିଛି । ବିଦ୍ୟାଧରପୁର ବିଦ୍ୟୁତ ଷ୍ଟ୍ରକଚରରୁ ବିଦ୍ୟୁତ ଯୋଗାଣ ହେଉଥିବା ବଉଳା ଖଣି ଅଞ୍ଚଳର ୯ଗୋଟି ପଞ୍ଚାୟତର ସାଧାରଣ ବିଦ୍ୟୁତ ଗ୍ରାହକ ବିଭିନ୍ନ ଶିଳ୍ପ ସଂସ୍ଥା, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ଖଣି ଅଞ୍ଚଳ ପ୍ରଭୃତିକୁ ଅନିୟମିତ ବିଦ୍ୟୁତ ଯୋଗାଣରେ ଲୋକମାନେ ଅତିଷ୍ଠ ହୋଇପଡିଛନ୍ତି । ଗୋଟିଏ ଦିନ ବି ଠିକ ବିଦ୍ୟୁତ ଯୋଗାଣ ପାଉ ନାହାନ୍ତି ଅଞ୍ଚଳବାସୀ । ଗତ ଦୁଇଦିନ ତଳେ ସାମାନ୍ୟ ବର୍ଷା ପବନରେ ବୁଦ୍ୟୁତ ଯାଇଛି ଯେ ଦୁଇଦିନ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଦିଗଲା ନାହିଁ । ଆଗାମି ଦିନରେ ହଦଗଡ ଓ ବିଦ୍ୟାଧରପୁର ଜଳଭଣ୍ଡାରରୁ ସମ୍ପୁର୍ଣ୍ଣ ହାଟଡିହି ବ୍ଲକକୁ ପାନୀୟ ଜଳ ଯୋଗାଣ ପାଇଁ ଏକ ମୋଗା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି ଦୁର୍ବଳ ବିଦ୍ୟୁତ ସରବରାହ ହେତୁ ଜଳଯୋଗାଣରେ ଗୁରୁତର ବାଧା ସୃଷ୍ଟି ହେବା ଏକପ୍ରକାର ସୁନିଶ୍ଚିତ । ଏ ସବୁର ଆସୁ ସମାଧାନ ପାଇଁ ଏହି ୯ଗୋଟି ପଞ୍ଚାୟତର ଏକ ପ୍ରତିନିଧି ମଣ୍ଡଳ ହାଟଡିହି ବ୍ଲକର ପୁର୍ବତନ ଚେୟାରମ୍ୟାନ ପର୍ଶୁରାମ ପେଡାଙ୍କ ନେତୃତ୍ୱରେ ପୁର୍ବତନ ଜିଲ୍ଲାପରିଷଦ ସୋମନାଥ ଦାସ, ପୁର୍ବତନ ସୋସୋ ସରପଞ୍ଚ ବୈଲୋଚନ ନାୟକ, ଶିକ୍ଷାବିତ ଅନ୍ତର୍ଜାମୀ ରାଉତ, ମଧୁସୁଦନ ସାମଲ, ଗୋଲେଖ ଜେନା, ଦେବେନ୍ଦ୍ର କୁମାର ଖୁଣ୍ଟିଆ, ପିତାମ୍ବର ଦେହୁରୀ, ରବିନ୍ଦ୍ର କୁମାର ପାଣିଗ୍ରାହୀ ପ୍ର୍ରମୁଖ ବାଲେଶ୍ୱର ନେସ୍କା ମୁଖ୍ୟ କାର୍ଯ୍ୟକାଳୟର ପ୍ରମୁଖ ଅଧିକାରୀ ମାନଙ୍କୁ ସାକ୍ଷାତକରି ଏ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଆଗରପଡା ଗ୍ରିଡରୁ ବିଦ୍ୟାଧରପୁର ଷ୍ଟ୍ରକଚରକୁ ବିଦ୍ୟୁତ ସଂଯୋଗ କରିବାକୁ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଖଣି ଅଞ୍ଚଳ ଆନନ୍ଦପୁର ବିଦ୍ୟୁତ ଡିଭିଜନକୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବାରୁ ତଥା ଶିଳ୍ପ ବହୁଳ ଅଞ୍ଚଳ ହୋଇଥିବାରୁ ନେସ୍କୋ ସିଇଓ ଇଂ ଶ୍ୟାମ ସୁନ୍ଦର ନାୟକ ଏହି ଦାବିର ଯଥାର୍ଥତା ହୃଦୟଙ୍ଗମ କରି ପ୍ରକଳ୍ପର ଆଶୁ କାର୍ଯ୍ୟକାରିତା ସମ୍ବନ୍ଧରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ