ଆଜି ରବିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…
ମେଷ :-ମାନସିକ ଅଶାନ୍ତି ଓ ପାରିବାରିକ କଳହ ଦେଖା ଦେବ ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଖୁସି ରହିବ ।ମହିଳାମାନେ ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ ।ପ୍ରତିକାର ମା ଲକ୍ଷ୍ମୀଙ୍କୁ ଗୋଟିଏ ଲାଲ ଫୁଲ ଚଢାନ୍ତୁ
ବୃଷ :-ଗୁପ୍ତ ଶତୃ ଭୟ ମନକୁ ବ୍ୟତିବ୍ଯସ୍ତ କରାଇବ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ସାହାଯ୍ୟ ସହାନୁଭୂତି ପାଇବେ ନାହିଁ ।ଅପ୍ରିୟ କଥାବାର୍ତ୍ତା କରନ୍ତୁ ନାହିଁ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।ପ୍ରତିକାର ରୁଟିଗୁଡ ଗାଈକୁ ଖାଇବାକୁ ଦିଅନ୍ତୁ
ମିଥୁନ :-ପ୍ରତେକଟି ଦିଗରୁ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ ।ବ୍ଯବସାୟୀମାନେ ବ୍ଯବସାୟରେ ଲାଭବାନ ହେବେ ।ମହିଳାମାନେ ଶାନ୍ତି ଅନୁଭବ କରିବେ ।ପ୍ରତିକାର କୈାଣସି ଅସହାୟ ବ୍ୟକ୍ତିକୁ କିଛି ରନ୍ଧା ଖାଦ୍ୟ ଖାଇବାକୁ ଦିଅନ୍ତୁ।
କର୍କଟ :-ମାଲିମକଦମାରେ ବିଜୟୀ ହେବେ ।ପୂର୍ବର ଶତୃମାନେ ପରାଜିତ ହେବେ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ।ରାଜନୀତିଜ୍ଞମାନେ ପ୍ରଶଂସନୀୟ ହେବେ ।ପ୍ରତିକାର ହନୁମାନଙ୍କୁ ଦର୍ଶନ କରିବା ସହିତ ରାଶି ତେଲରେ ଦୀପ ଜାଳନ୍ତୁ
ସିଂହ :-ପ୍ରତେକଟି କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ ।ଗୃହ ବିବାଦ ଭାତୃ ସମ୍ପର୍କକୁ ନେଇ ଚିନ୍ତିତ ହେବେ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ପ୍ରତିକାର ମା ଦୁର୍ଗାଙ୍କୁ ସାତୋଟି ନାଲି ମନ୍ଦାର ଫୁଲ ବନଦୁର୍ଗା ମନ୍ତ୍ରରେ ଚଢାନ୍ତୁ
କନ୍ୟା :-ଶରୀର ଅସୁସ୍ଥ ଓ ମନ ଅସ୍ଥିର ରହିବ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଓ ବାଦବିବାଦ ଦେଖା ଦେବ ।ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନ ଯୋଗି ହେବେ ।ପ୍ରତିକାର ଲାଲ ରଙ୍ଗର ରୁମାଲ ଟିଏ ନିଜ ପାଖରେ ରଖନ୍ତୁ।
ତୁଳା :-ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ ।ପାରିବାରିକ ଜୀବନ ସୁଖମୟ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ ଓ ସଞ୍ଚିତ ଅର୍ଥ ବୃଦ୍ଧି ପାଇବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଶାନୁରୂପ ଲାଭବାନ ହେବେ ।ମହିଳାମାନେ ଯଶସ୍ବୀ ହେବେ ।ପ୍ରତିକାର ନାରାୟଣ ମନ୍ଦିର ପରିସରକୁ ପରିଷ୍କାର ପରିଚ୍ଛନ୍ନ କରନ୍ତୁ।
ବିଛା :-ନିଜ ଲୋକମାନଙ୍କ ସହ ହସ ଖୁସିରେ ଦିନଟି କଟାଇବେ ।କାର୍ଯ୍ୟ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ଧନ ଜନ ମାନ ସମ୍ମାନ ଏସବୁର ଅଧିକାରୀ ହେବେ ।ଲକ୍ଷ୍ୟ ସ୍ଥଳରେ ନିର୍ବିଘ୍ନରେ ପହଞ୍ଚିବେ ।ଯାନବାହନ ଲାଭ ହେବ ।ପ୍ରତିକାର ମହାମୃତ୍ଯୁଞ୍ଜୟ ମନ୍ତ୍ରରେ ପଇଡ଼ ପାଣି ଶିବଲିଙ୍ଗ ଉପରେ ଢାଳନ୍ତୁ।
ଧନୁ :-ବିବାଦୀୟ ଘଟଣାରେ ବିଜୟୀ ହେବେ ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ ।ଶରୀରର ସୁସ୍ଥ ରହିବ ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ପ୍ରତିକାର ଓଁ ନମଃ ଶିବାୟ ମନ୍ତ୍ରରେ ସାତୋଟି ବେଲପତ୍ର ଚଢାନ୍ତୁ
ମକର :-ପାରିବାରିକ ସମ୍ପର୍କରେ ଭୁଲ ବୁଝାମଣା ଦେଖା ଦେବ ।ମହିଳାମାନେ ପରିବାରରେ ଚିନ୍ତିତ ହେବେ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ ଯାତ୍ରା କଷ୍ଟ ଦାୟକ ହେବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।ପ୍ରତିକାର ସୂର୍ଯ୍ୟ ଭଗବାନଙ୍କୁ ଗଙ୍ଗା ଜଳରେ କଳା ରାଶି ମିଶାଇ ଢାଳନ୍ତୁ
କୁମ୍ଭ :-ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ।ଯୋଜନାନୁଯାୟୀ କାମ କରି ସେଥିରେ ସଫଳତା ପାଇବେ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ପ୍ରେମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।ପ୍ରତିକାର ପିତା ମାତାଙ୍କ ପାଦ ସ୍ପର୍ଶ କରି କର୍ମକ୍ଷେତ୍ରକୁ ଯାଆନ୍ତୁ
ମୀନ :-ଅପ୍ରିୟ ସତ୍ୟ କଥା କହି ଦୋଷି ସାବ୍ଯସ୍ତ ହୋଇପାରନ୍ତି ।ମହିଳାମାନେ ପ୍ରତ୍ୟେକଟି କାର୍ଯ୍ଯରେ ସଫଳତା ଲାଭ କରିବେ ।ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ଛାତ୍ରଛାତ୍ରୀମାନେ ତ୍ସୃଖଳିତ ହେବେ । ବ୍ଯବସାୟରେ ସ୍ଥିରତା ରହିବଆଶାନୁରୂପ ଲାଭବାନ ହେବେ ।ପ୍ରତିକାର ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳା ରାଶି ମିଶାଇ ଢାଳନ୍ତୁ


