ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ ଝାରସୁଗୁଡ଼ା ତରଫରୁ ଆମ କୋଇଲା ଆମକୁ ଦିଅ ଦାବିରେ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜିଠାରେ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାର ଦୁଇ ହଜାରରୁ ଉର୍ଦ୍ଧ୍ୱ ବିସ୍ଥାପିତ ଅଂଶଗ୍ରହଣ କରିଥିଲେ । ମଞ୍ଚର ସଭାପତି ଶ୍ରୀ ତାପସ ରାୟ ଚୌଧୁରୀ ନିମ୍ନ ଦାବିଗୁଡ଼ିକ ଉପସ୍ଥାପନ କରିଥିଲେ । ମହାନଦୀ କୋଲଫିଲ୍ଡ ଲିଃ ଦ୍ୱାରା ଓଡ଼ିଶାର ବିଭିନ୍ନ କଳକାରଖାନା, ବିଶେଷକରି ପାୱାରପ୍ଲାଣ୍ଟ ଏବଂ ଅନ୍ୟାନ୍ୟ କଳକାରଖାନା ମାନଙ୍କୁ ଗତ କିଛିମାସ ହେଲା ସମ୍ପୂର୍ଣ୍ଣ ଦରକାରୀ କୋଇଲା ସରବରାହ କରୁନାହାଁନ୍ତି । ମହାନଦୀ କୋଲଫିଲ୍ଡ ଲିଃ ବର୍ଷକୁ ୧୪୪ ଲକ୍ଷ ଟନ କୋଇଲା ଉତ୍ପାଦନ କରୁଛିି, ଅଥଚ ଓଡ଼ିଶାରେ ସ୍ଥାପିତ ୪୦ରୁ ଉର୍ଦ୍ଧ୍ୱ ପାୱାର ପ୍ଲାଣ୍ଟ ୮୫.୯୦ ଲକ୍ଷ ଟନ ବର୍ଷକୁ ଆବଶ୍ୟକ କରୁଛି । ରାଜ୍ୟରେ ସ୍ଥାପିତ ବିଭିନ୍ନ କଳକାରଖାନା ସଠିକ୍ ଭାବରେ ଚାଲିବା ପାଇଁ ୫୫.୬୦ ପ୍ରତିଶତ କୋଇଲା ଯାହାକି ରାଜ୍ୟରୁ ବାହାରୁଛି, ତାଙ୍କୁ ଦରକାର, ଏହି ନିଅଣ୍ଟ ଯୋଗାଣ ପାଇଁ ଓଡ଼ିଶା ରାଜ୍ୟର କଳକାରଖାନା ବାହାରୁ ୬୫ ପ୍ରତିଶତ କୋଇଲା ଆମଦାନୀ କରି ତାଙ୍କର କଳକାରଖାନା ଚଳାଉଛନ୍ତି । ଯଦ୍ୱାରା ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି । ପାୱାର ପ୍ଲାଣ୍ଟସ ଚାଲିବା ପାଇଁ ଯଦି ଏମିତି ବାଧା ଆସେ ତା’ହେଲେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ଉତ୍ପାଦନରେ ନିଅଣ୍ଟ ହେବ ଏବଂ ଭବିଷ୍ୟତରେ ବନ୍ଦ ହୋଇଯିବାର ଆଶଙ୍କା ଅଛି । ଓଡ଼ିଶା ରାଜ୍ୟରେ କଳକାରଖାନା ସ୍ଥାପନ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିନିଯୋଗ କରିଛନ୍ତି, ଯଦ୍ୱାରା ଓଡ଼ିଶା ରାଜ୍ୟର ସମୂହ ଘରୋଇ ଉତ୍ପାଦନ ୩୬ ପ୍ରତିଶତ ବର୍ତ୍ତମାନ ସୁଦ୍ଧା ଅଛି ଏବଂ ୩୦ ପ୍ରତିଶତ ସିଧାସଳଖ ରୋଜଗାର ରାଜ୍ୟରେ ସୃଷ୍ଟି କରୁଛି, ଅଥଚ ରାଜ୍ୟରେ ସ୍ଥାପିତ କଳକାରଖାନା କୋଇଲା ପାଉନାହାଁନ୍ତି । ଅଥଚ ରାଜ୍ୟ ବାହାର ଅଞ୍ଚଳ ମାନଙ୍କରେ ଓଡ଼ିଶାରୁ କୋଇଲା ଯାଉଛି ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ, ଓଡ଼ିଶା ରାଜ୍ୟରେ ସ୍ଥାପିତ କଳକାରାଖାନା ଦିନକୁ ୩୪ ଗୋଟି କୋଇଲା ରେଲ ର‌୍ୟାକ୍ସ ଦରକାର ପଡ଼ୁଛି ଯାହାକି ବିଭିନ୍ନ ଜାଗାରେ କୋଇଲା ଉଠାଉଥିବା ୧୫ ଗୋଟି କୋଇଲା ରେଲ ର‌୍ୟାକ୍ସ ମାଧ୍ୟମରେ ପରିପୂର୍ଣ୍ଣ ହୋଇପାରିବ । ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ବିକାଶକୁ ସ୍ଥିର କରିବା ପାଇଁ ରାଜ୍ୟ ବାହାରୁ ରେଳ ମାଧ୍ୟମରେ କୋଇଲ ରପ୍ତାନୀ ବନ୍ଦ କରି ଓଡ଼ିଶାକୁ ୧୦୦ ପ୍ରତିଶତ ଦରକାରୀ କୋଇଲା ଦେବା କଥା, ଏହି ମହାନଦୀ କୋଲଫିଲ୍ଡ ଲିଃର ଭୁଲ୍ ନିର୍ଦ୍ଧାରଣ ଯୋଗୁଁ ରସ୍ତାବାଟେ କୋଇଲା ସରବରାହ ୨୦ରୁ ୨୫ ପ୍ରତିଶତ କମିଯିବା ଦ୍ୱାରା ରାଜ୍ୟର ବହୁତ ଲୋକଙ୍କର ଆର୍ଥିକ ଏବଂ ସାମାଜିକ କ୍ଷତି ହେଉଛି, ସେପ୍ଟେମ୍ବର ମାସରେ ଏମ୍‌.ସିଏଏ୍‌-ତାଳଚେର-ଇବ ଭେଲି ୧୮୫୮ ର‌୍ୟାକ୍ସ ପଠାଇଛନ୍ତି । ଯେଉଁଥିରେ ଓଡ଼ିଶା ପାଇଛି ୪୦୨ ର‌୍ୟାକ୍ସ ଯାହାକି ୨୮ ପ୍ରତିଶତ ଅଟେ ଏବଂ ବାହାର ରାଜ୍ୟକୁ ୧୦୫୬ ର‌୍ୟାକ୍ସ ଯାହାକି ୭୨ ପ୍ରତିଶତ ର‌୍ୟାକ୍ସ ପଠାହୋଇଛି । ସେମିତି ଏମ୍‌.ସି.ଏଲ୍‌-ଇବ ଭେଲି ୧୦୨୫ ର‌୍ୟାକ୍ସ ପଠାଇଛି ଯେଉଁଥିରେ ଓଡ଼ିଶା ପାଇଛି ୨୪୯ ର‌୍ୟାକ୍ସ ଯାହାକି ୨୪ ପ୍ରତିଶତ ଅଟେ ଏବଂ ବାହାର ରାଜ୍ୟକୁ ୭୭୬ ର‌୍ୟାକ୍ସ ଯାହାକି ୭୬ ପ୍ରତିଶତ ଅଟେ । ସେମିତି ଅକ୍ଟୋବରରେ ଓଡ଼ିଶା ଏବେ ଯାଏ ୨୧ ପ୍ରତିଶତ ର‌୍ୟାକ୍ସ ପାଇଛି, ମହାନଦୀ କୋଲଫିଲ୍ଡ ଲିଃର ଏହି ନୀତି ବିରୁଦ୍ଧରେ ଆମ୍ଭର ମଞ୍ଚ ତା ୧୬.୧୦.୨୦୨୧ରିଖ ଦିନ ସି.ଏମ୍‌.ଡ଼ି ମହାନଦୀ କୋଲଫିଲ୍ଡ ଲିଃଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ଏବଂ ଦାବୀ ପୂରଣ ନହେବା ଯୋଗୁଁ ତା ୨୧.୧୦.୨୦୨୧ଦିନ ମହାନଦୀ କୋଲଫିଲ୍ଡ ଲିଃ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ ଆୟୋଜନ କରାଯାଇଥିଲା ଏବଂ କୋଲ୍ କମିଶନର ଭାରତ ସରକାରଙ୍କୁ ଗୋଟିଏ ଦାବୀପତ୍ର ପ୍ରଦାନ କରିଥିଲେ । ଯେହେତୁ ସି.ଏମ୍‌.ଡ଼ି. ମହାନଦୀ କୋଲଫିଲ୍ଡ ଲିଃ ବୁର୍ଲା ବା କୋଲ କମିଶନର କୌଣସି ଉଚିତ ପଦକ୍ଷେପ ନ ନେଇଥିବାରୁ ବାଧ୍ୟ ହୋଇ ରାଜଧାନୀରେ ଧାରଣା ଏବଂ ବିକ୍ଷୋଭ ମାଧ୍ୟମରେ ଆମ୍ଭ ଦାବୀ ଉପସ୍ଥାପନ କରାଯାଇଛି । ପରିଶେଷରେ ଏକ ପ୍ରତିନିଧିରେ ମଞ୍ଚର ସଭାପତି ତାପସ ରାୟ ଚୌଧୁରୀ, ପି. ରାମ ମୋହନ ରାଓ, ତ୍ରିନାଥ ଗୋଆଲ, ରଘୁମଣି ପଟେଲ, ହରିଶ ଗଣନ୍ତ୍ରା, ହୀରାଲାଲ ଲୋକଚନ୍ଦାନୀ ପ୍ରମୁଖ ରାଜଭବନ ଠାରେ ଓଡ଼ିଶାର ମହାମହୀମ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚର ଉପସଭାପତି ଶ୍ରୀ ରବି ସିଂ, ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ସରକାର, ଈଶ୍ୱର ରାଓ ଏବଂ କୋଷାଧ୍ୟକ୍ଷ ସନ୍ଦିପ ଆୱାସ୍ତି ପ୍ରମୁଖ ଅଭିଭାଷଣ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ