ଆଧାର କେନ୍ଦ୍ରରେ ସେବା ନାମରେ ଚାଲିଛି ଶୋଷଣ

ହିଂଜିଳିକାଟୁ, (ଶେଷଦେବ ସାହୁ): ସହରର ବିଭିନ୍ନ ଗ୍ରାହକ ସେବା କେନ୍ଦ୍ରରେ ଅଧାର ସେବା ନାମରେ ଗ୍ରାହକଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ହେଉଛି । ନିଜ ଆଧାର କାର୍ଡ଼ରେ ଥିବା ତୃଟିକୁ ସଂଶୋଧନ ସକାଶେ ଆସୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ସରକାର ଅନାଦେୟ ଠାରୁ ଅଧିକ ପରିମାଣରେ ଅର୍ଥ ଆଦାୟ କରାଯାଉଥିବା ନେଇ ଅଭିଯୋଗ ଉଠିଛି । ଜରୁରୀ ଆବଶ୍ୟକତା ଥିବାରୁ ଏ ସମସ୍ତ କେନ୍ଦ୍ରକୁ ଆସୁଥିବା ବ୍ୟକ୍ତିବିଶେଷ ମାନେ କାନ ମୁଣ୍ଡ ଆଉଁସି କୌଣସି ପ୍ରକାର ପ୍ରତିବାଦ ନକରି ଅତ୍ୟଧିକ ଅର୍ଥ ପ୍ରଦାନ କରି ଶୋଷଣର ଶିକାର ହେଉଛନ୍ତି । ପ୍ରଯୁକ୍ତି ବିଦ୍ୟାର ଯୁଗରେ ପ୍ରତ୍ୟେକ କ୍ଷେତ୍ରରେ ସ୍ମାର୍ଟ ସେବା ଯୋଗାଇ ଦେବାକୁ ଏବେ ଡ଼ାଟାବେସ ପ୍ରସ୍ତିୁତି ଚାଲିଛି । ଏହାକୁ ପ୍ରସ୍ତୁତ କରିବା ସମୟରେ କେତେକ ଠିକା ହୋଇଥିବା ସଂସ୍ଥାଙ୍କଦ୍ୱାରା ନିଯୁକ୍ତ ଅନବିଞ ଡ଼ାଟା ଏଂଟ୍ରି ଅପରେଟରଙ୍କ ପାଇଁ ନିର୍ଲୁଲ ଡ଼ାଟା ପ୍ରସ୍ତୁତ ହୋଇ ପାରୁନାହିଁ । ଯାହା ଫଳରେ ହିତାଧିକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ତୃଟି ପାଇଁ ବରିଷ୍ଟ ନାଗରିକ ମାନଙ୍କ ଠରୁ ଆରମ୍ଭ କରି ଶିକ୍ଷାର୍ଥୀଙ୍କ ସମେତ ବହୁ ଜନସାଧାରଣ ଅସୁବିଧାର ସମ୍ମଖୀନ ହେଉଛନ୍ତି । ବର୍ତମନ ପ୍ରତିଟି କ୍ଷେତ୍ରରେ ଆଧାରକାର୍ଡ଼ର ଭୂମିକା ଗୁରୁତ୍ୱପୁର୍ଣ୍ଣ ରହିଛି । ବିଧ୍ରାଳୟରେ ନାମ ଲେଖା ଠାରୁ ଆରମ୍ଭ କରି ବ୍ୟାଙ୍କରେ ସଂଚୟ ଜମାଖାତା ଖୋଲିବା, ଗ୍ୟାସ ଖାତା, ଘରକୁ ବିଦ୍ୟୁତ ସଂଯେଗ, ଜମିପଟ୍ଟା ଭଳି ବହୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟରେ ଆଧାରକାର୍ଡ଼ର ଭୂମତିକା ରହିଛି ।ସବୁଠାରୁ ବଡ଼ କଥା ହେଲା ୬୦% ଜନସାଧାରଣ ଖାଉଟି କାର୍ଡ଼ ଉପରେ ନିର୍ଭରଶୀଳ । ଖାଉଟି କାର୍ଡ଼ ସହ ଆଧାର ଲିଙ୍କ ହୋଇନଥିଲେ ସରକାରଙ୍କ ସୁଲଭ ମୁଲ୍ୟ ଦୋକାନ (କଟ୍ରୋଂଲ)ରୁ ସାମଗ୍ରୀ ମିଳିବା ଅସମ୍ଭବ । ପୂର୍ବରୁ ହୋଇଥିବା ଆଧାରକାର୍ଡ଼ ପ୍ରସ୍ତୁତି ସମୟରେତୃଟିପୁର୍ଣ୍ଣ ଡ଼ାଟାଏଂଟ୍ରି ଯୋଗୁଁ ବର୍ତମାନ ସମୟରେ ବହୁ ବ୍ୟକ୍ତିଙ୍କ ଅଶଧାରକାର୍ଡ଼ରେ କିଛି ନା କିଛି ତୃଟି ପରିଲିକ୍ଷିତ ଥିବାର ଦେଖିବାକୁ ମିଳୂିଛି । ଏହାର ସଂଶୋଧନ ସକାଶେ ଜନସାଧାରଣ ବିଭିନ୍ନ ଗ୍ରାହକ ସେବାକେନ୍ଦ୍ର ଏବଂ ଘେୀରାଇ ଭାବେ ଖୋଲିଥିବା ଆଧାରକେନ୍ଦ୍ରର ସହାୟତା ନେବାକୁ ପଡ଼ୁଛି । କାରଣ ଆଧାରକାର୍ଡ଼ ସବୁ କ୍ଷେତ୍ରରେ ସମସ୍ୟା ଆଣିବାର ସମ୍ଭାବନା ରହିଛି ।ତେଣୁ ନିଜ ଆଧାରକାର୍ଡ଼ରେ ଥିବା ତୃଟିକୁ ସଂଶୋଧନ କରିବା ଲାଗି ଚେଷ୍ଟରା କରୁଛନ୍ତି । ହିଂଜିଳିକାଟୁ ପୌରାଂଚଳରେ ୩ ଟି ସ୍ଥାନରେ ଘରୋଇ ଭାବେ ଆଧାର ସେବା କେନ୍ଦ୍ର ଖୋଲାଯାଇଛି । ବହୁସଂଖ୍ୟକ ଜନସାଧାରଣ ଉକ୍ତ ଆଧାର ସେବା କେନ୍ଦ୍ରରେ ପଂହଚି ନିଜଆଧାରକାର୍ଡ଼ରେ ଥିବା ତୃଟିକୁ ସଂଶୋଧନ କରୁଥିବାର ଦେଖିବାକୁ ମିଳିଛି । ଜନସାଧାରଣଙ୍କ ଅସାୟତାର ସୁଯୋଗ ନେଇ ଉକ୍ତ ଆଧାର ସେବା କେନ୍ଦ୍ରରେ ନିର୍ଦ୍ଧାରିତ ଦେୟ ୫୦ ଟଙ୍କା ପରିବର୍ତେ ଅଧିକ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହୋଇଛି । ଏଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ଥାୟୀ ଆଧାରକାର୍ଡ଼ ସେବା କେନ୍ଦ୍ର ଖୋଲିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ