ଆନ୍ତର୍ଜାତିକ ଗର୍ଭପାତ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନ୍ତର୍ଜାତିକ ସୁରକ୍ଷିତ ଗର୍ଭପାତ ଦିବସ ମୁଖ୍ୟ ଚିକିତ୍ସାଳୟ ତାଲିମ ପ୍ରକୋଷ୍ଠରେ ପାଳିତ ହୋଇଯାଇଛି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲ ସେନ ଜଗଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ଶଶାଙ୍କ ଶେଖର ଚୌଧୁରୀ ଅସୁରକ୍ଷିତ ଗର୍ଭପାତ ଦ୍ୱାରା ମାତୃମୃତ୍ୟୁ ଆଶଙ୍କା ସମ୍ପର୍କରେ ସୂଚନା ଦେଇଥିଲେ । ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅନୁ କୁମାର ଘୋଷ ସୁରକ୍ଷିତ ଗର୍ଭପାତ ଓ ଏଥି ନିମନ୍ତେ ଥିବା ଆଇନ ସମ୍ପର୍କରେ ଆଲୋଚନା କରଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ି ପି ଏଚ ଓ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ଡି ପି ଏମ ଅନିଲ କୁମାର ମହାନ୍ତି ଏହି ସଭାରେ ଭାଗ ନେଇଥିଲେ । ଏହି ଅବସରରେ ସୁରକ୍ଷିତ ଗର୍ଭପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ତିନି ଜଣ ଆଶା କର୍ମୀଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ରମଣୀ କାନ୍ତ ଭଞ୍ଜ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।