ଆପ୍ତିରା ୟୁଜିଏମଇ ସ୍କୁଲରେ ପୁରସ୍କାର ବିତରଣ ଉତ୍ସବ
ବନ୍ତ,ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ କାଦବରାଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ଆପ୍ତିରା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ରାମକୃଷ୍ଣ ସମ୍ମାନ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅବସରପ୍ରାପ୍ତ ଶିକ୍ଷକ ନରହରି ରାଉତ ପତାକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟ ପରିଚାଳାନା କମିଟିର ଅଧ୍ୟକ୍ଷ ସୁରେଶ ଭାରତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବିତ୍ ନରହରି ରାଉତ, ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଷମା ଜେନା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଗୋପିନାଥ ଦାଶଙ୍କ ସଞ୍ଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଅନୁଜା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ୨୦୧୮-୧୯ ବାର୍ଷିକ ଆକଳନ ପରୀକ୍ଷାରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ରାମକୃଷ୍ଣ ସମ୍ମାନରେ ପ୍ରମାଣ ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ବିଶ୍ୱନାଥ ସେଠୀ, ପରିଚାଳନା କମିଟିର ସଭ୍ୟ ଆନନ୍ଦ ଜେନା, ରସନ୍ ପୁରୀ, ତୁଳସୀ ପେଡା, ପ୍ରତିଭା ମହୁରୀ, ସଞ୍ଜୁଲତା ରାଉତ, ତୁଳସୀ ପାଢୀ ସହାୟତା କରିଥିଲେ ।