ଆମ ପୋଲିସ ସମିତିର ସଚେତନତା ବୈଠକ

ବେଲଗୁଣ୍ଠା , ( ଯୁଗାବ୍ଦ ନ୍ୟୁଜ): ଗାଙ୍ଗପୁର ଥାନା ପକ୍ଷରୁ ଆମ ପୋଲିସ ସମିତିର ସଚେତନତା ବୈଠକ ନମିନା ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛ । ଏହି ବୈଠକରେ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଆସିକା ପଞ୍ଚାୟତ ସମିତି ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ , ମୁଖ୍ୟବକ୍ତା ଭାବେ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ । ଉକ୍ତ ବୈଠକରେ ନାବାଳିକା ବିବାହ ରୋକିବା , ସଡକ ସୁରକ୍ଷା ନିୟମର ପାଳନ କରିବା , ଗୁଣି ଗାରେଡି ଅନ୍ଧ ବିଶ୍ୱାସଠାରୁ ଦୁରେଇ ରହିବା, ୬ରୁ ୧୪ ବର୍ଷ ବୟସର ପ୍ରତ୍ୟେକ ଶିଶୁମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା , ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା , କୌଣସି ପରିସ୍ଥିତିରେ ଆଇନକୁ ହାତକୁ ନନେଇ ପୋଲିସର ସହାୟତାନେବା ପ୍ରମୁଖ ବିଷୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ଉକ୍ରଳ ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ ପାତ୍ର , ଝରପାରୀ ସରପଞ୍ଚ ଦିବାକର ଭୁୟାଁ , ମନୋଜ ପଲାଇ, ଦେବରାଜ ନାୟକ, ଜୟରାମ ନାୟକ , ଉଦୟନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ