ଆମ ପୋଲିସ ସମିତି ବୈଠକ : ମାର୍ଚ୍ଚ ୨୪ ତାରିଖରେ ରକ୍ତଦାନ ଶିବିର

ବୁଗୁଡା (ଅନିଲ ମହାରଣା): ବୁଗୁଡା ପୋଲିସ ଥାନା ପକ୍ଷରୁ ” ଆମ ପୋଲିସ ସମିତି ” ବୈଠକ ମାର୍ଚ୍ଚ ୧୬ ତାରିଖ ଦିନ ବୁଗୁଡା ଥାନା ପରିସରରେ ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଆମ ପୋଲିସ ସମିତିର ସଦସ୍ୟ ସ୍ବର୍ଗତ ସୀମାଞ୍ଚଳ ପଣ୍ଡାଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥଲା। ଏହି ବୈଠକରେ ଆମ ପୋଲିସ ସମିତିର ସଦସ୍ୟ ବୃନ୍ଦଙ୍କ ସମେତ ବିଧାୟକଙ୍କ ପ୍ରତିନିଧି, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି,ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ସ୍ୱେଚ୍ଛାସେବୀ ସଂଗଠନ ଓ ଯୁବଗୋଷ୍ଠୀ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆସନ୍ତ ମାର୍ଚ୍ଚ ୨୪ ତାରିଖ ଦିନ ବୁଗୁଡା ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ସ୍ଥିର କରାଗଲା। ରକ୍ତଦାନ ଶିବିରର ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଗଲା। କମିଟିର ସଦସ୍ୟ ଭାବେ ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା, ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ଅନିଲ କୁମାର ପଟ୍ଟନାୟକ, ରାଜେନ୍ଦ୍ର କୁମାର ପାଢୀ, ବିବେକାନନ୍ଦ ବାରିକ, କିଶୋର ଚନ୍ଦ୍ର ବେହେରା, ଖଦାଳ ଖଟେଇ, ଧୋବା ପ୍ରଧାନ, ବିଜୁଳି ଜେନା, କବିରାଜ ଗୌଡ଼, ମହେନ୍ଦ୍ର ପ୍ରସାଦ ପଣ୍ଡା, ସତ୍ୟନାରାୟଣ ଆଚାରୀ, ଶରତ ଚନ୍ଦ୍ର ମହାରଣା, ବସନ୍ତ କୁମାର ସାମଲ, ଓ ସୁରେଶ ଚନ୍ଦ୍ର ଦାଶ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ସମିତି ପକ୍ଷରୁ ସୁରେଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ