ଆମ ଶିଶୁ ଦିବସ
ବିପିନ ବିହାରୀ ମହାନ୍ତି
ସ୍ୱାଧୀନ ଭାରତର ଦୁଇଜଣ କର୍ଣ୍ଣଧାର ହେଲେ ଗାନ୍ଧିଜୀ ଓ ପଣ୍ଡିତ ଜବାହାରଲାଲ୍ ନେହେରୁ । ଗାନ୍ଧିଜୀ ହେଉଛନ୍ତି ସ୍ୱାଧୀନଭାରତର ଜନକ, ଶ୍ରଦ୍ଧା ଓ ସମ୍ମାନର ଆମ ବାପୁଜୀ । ଅନ୍ୟପକ୍ଷରେ ନେହରୁ, ତାଙ୍କର ପରମଶିଷ୍ୟ, ଶିଶୁମାନଙ୍କ ପାଇଁ ସର୍ବଜନୀନ ଚାଚା ନେହେରୁ । ଉଭୟ ଅତ୍ୟନ୍ତ ଶିଶୁପ୍ରିୟ । ଗାନ୍ଧିଜୀଙ୍କ ମତରେ ଶିଶୁମାନେ ହେଉଛନ୍ତି ଆଧ୍ୟାତ୍ମିକ ଶକ୍ତିର ଏକ ଅପରୂପ ଭଣ୍ଡାର । ତେଣୁ ଶିଶୁମାନଙ୍କ ସାନ୍ନିଧ୍ୟରେ ରହି ସେମାନଙ୍କ ରହସ୍ୟମୟୀ ଶକ୍ତିଦ୍ୱାରା ପ୍ରଭାବିତ ହେବା ଲାଗିସେ ଆହ୍ଲାନ ହେଉଥିଲେ ।
ନେହରୁ ତାଙ୍କ ଜୀବନରେ ଦୁଇଟି କଥାକୁ ଅତ୍ୟନ୍ତ ଭଲପାଉଥିଲେ: ଗୋଲାପ ଫୁଲ ଏବଂ ଶିଶୁସମାଜ । ତାଙ୍କ ଭାଷାରେ ଶିଶୁମାନେ ହେଉଛନ୍ତି ବଗିଚାର କଳି ସଦୃଶ । ସେମାନଙ୍କୁ ଯାହାର ସହିତ ପାଳିବାକୁ ହେବ । ଉଷସକ୍ଷୟକ୍ସରଦ୍ଭ ବକ୍ସର କ୍ଷସଳର ଭଙ୍କୟଗ୍ଦ ସଦ୍ଭ ବ ଶବକ୍ସୟରଦ୍ଭ ବଦ୍ଭୟ ଗ୍ଧଷରଚ୍ଚ ଗ୍ଦଷକ୍ଟଙ୍କକ୍ଷୟ ଭର ମବକ୍ସରଲଙ୍କକ୍ଷକ୍ଷଚ୍ଚ ଦ୍ଭଙ୍କକ୍ସଗ୍ଧଙ୍କକ୍ସରୟ । ସେ ଏଜାତିର ଭାବୀ ନାଗରିକ । ସେମାନଙ୍କ ପ୍ରତି ଅବହେଳା କରିବା ଏକ ଅନାମଣୀୟ ଅପରାଧ । ଭାରତ ଯଦି ଦେହହୁଏ, ଶିଶୁମାନେ ହେଉଛନ୍ତି ତା’ର ଆତ୍ମା ସେମାନଙ୍କର ସବୁପ୍ରକାର ଅସୁବିଧା ଦୂର କରିବା ଆମ ସମସ୍ତଙ୍କର୍ କର୍ତ୍ତବ୍ୟ … । ସ୍ୱାସ୍ଥ୍ୟବାନ ହେବା ପାଇଁ ଶିଶୁମାନେ ଖେଳିବା ଦରକାର କାରଣ ଦେଶ ରକ୍ଷାପାଇଁ ସ୍ୱାସ୍ଥ୍ୟବାନ ଲୋକ ଦରକାର । ଏହି କାରଣରୁ ଜାତିର ଅଗଣିତ ଅସହାୟ ଶିଶୁମାନଙ୍କ ଥଇଥାନ ଲାଗି ସେ ଯୋଜନାମାନ ପ୍ରଣୟନ କରିଥିଲେ ।
ଶିଶୁମାନଙ୍କ ମେଳରେ ସମୟ କଟାଇବାକୁ ସେ ସବୁଠାରୁ ବେଶୀ ଭଲ ପାଉଥିଲେ । ସେ ତାଙ୍କ ସହିତ ହସରେ, ଗପରେ, ଖେଳରେ ଓ ମଜାରେ ସମୟ ବିତାଉଥିଲେ । କର୍ମଜଞ୍ଜାଳରୁ ଟିକିଏ ମୁକ୍ତି ମିଳିଲେ ସେ ଧାଇଁ ଯାଉଥିଲେ ସେମାନଙ୍କୁ ଏବଂ କହୁଥିଲେ, “ତୁମମାନଙ୍କ ସହ ଗପକଲେ, ମୁଁ ଭୁଲିଯାଏ ମୋର ବାର୍ଦ୍ଧକ୍ୟ, ସତେ ଯେମିତି ମୁଁ ଫେରି ପାଇଯାଏ ମୋର ସେହି ସୁନାର ଶୈଶବ, ବିଗତ ଅତୀତ ଚଳଚିତ୍ର ପରି ମୋ ଆଖି ଆଗରେ ଗୋଟି ଗୋଟି ହୋଇ ନାଚିଉଠେ । ସରକାରୀ କଳର ଜଞ୍ଜାଳମୟ ପରିବେଶରୁ ମୋତେ ତୁମ୍ଭେମାନେ ଫେରାଇଆଣ ଏକ ନିରାମୟ ପରିବେଶକୁ ।”
ନେହରୁ ଶିଶୁମାନଙ୍କ ସଙ୍ଗରେ ଶିଶୁ ହୋଇପାରୁଥିଲେ । କାରଣ ତାଙ୍କ ହୃଦୟ ସେମାନଙ୍କପରି ଥିଲା ସ୍ୱଚ୍ଛ । ସେ ଠିକ୍ ବୁଝିଥିଲେ ଯେ, ଶିଶୁମାନେ ଏକାଧାରରେ ହେଉଛନ୍ତି ସରଳ, କୋମଳ ଓ ନିଷ୍ପାପ । ସେମାନଙ୍କଠାରୁ ସେ ପାଉଥିଲେ ନୈଶରିକ ଆନନ୍ଦ ଓ ଅସରନ୍ତି କର୍ମ ପ୍ରେରଣା ।
ଏକଦା ଏକ ବିଦ୍ୟାଳୟକୁ ସେ ଅତିଥି ହୋଇ ଯାଇଥିଲେ । ସେଠି ସେ ପିଲାଙ୍କର ଏକ ନାଟକ ଦେଖିଲେ । ନାଟକ ପରେ ପିଲାମାନେ ତାଙ୍କୁ ମଞ୍ଚ ଉପରକୁ ଭାଷଣ ପାଇଁ ଡାକିଲେ । ସେ ସେଠାକୁ ଶିଶୁ ସୁଲଭ ଠାଣିରେ ଗଲେ, ଡାକ ବାଜି ଯନ୍ତ୍ର ଧରିଲେ ଏବଂ ସେହି ଶିଶୁ ଶୁଲଭ ଢ଼ାଞ୍ଚାରେ କହିଥିଲେ- ଋଙ୍ଖରକ୍ସଚ୍ଚକ୍ଟଦ୍ଭର-ରକ୍ଷଗ୍ଦର ଗ୍ଧଷବଗ୍ଧ ଷବଗ୍ଦ ଭରରଦ୍ଭ କ୍ଟ୍ରରକ୍ସଲକ୍ଟକ୍ସଜ୍ଞସଦ୍ଭଶ କ୍ଟଦ୍ଭ ଗ୍ଧଷସଗ୍ଦ ଗ୍ଦଗ୍ଧବଶର ଗ୍ଧକ୍ଟ-ଦ୍ଭସଶଷଗ୍ଧ ଷବଗ୍ଦ ଷବୟ ବଦ୍ଭ ରକ୍ଷବଭକ୍ଟକ୍ସବଗ୍ଧର ମକ୍ଟଦ୍ଭଗ୍ଦଗ୍ଧଙ୍କଜ୍ଞରଗ୍ଦ କ୍ଟଦ୍ଭ. ଇଦ୍ଭୟ ଷକ୍ଟଙ୍ଗ ୟକ୍ଟ ଚ୍ଚକ୍ଟଙ୍କ ରଙ୍ଘକ୍ଟ୍ରରମଗ୍ଧ ଜ୍ଞର ଗ୍ଧକ୍ଟ କ୍ଟ୍ରରକ୍ସଲକ୍ଟକ୍ସଜ୍ଞ ଙ୍ଗସଗ୍ଧଷକ୍ଟଙ୍କଗ୍ଧ କ୍ଟଦ୍ଭର. ଏହାହିଁ ପିଲାମାନଙ୍କ ହାସ୍ୟରୋଳ ସୃଷ୍ଟି କରିଥିଲା ।
ଏକଦା ଦିଲ୍ଲୀରେ ଏକପୁସ୍ତକମେଳା ଅନୁଷ୍ଠିତ ହୋଇଥାଏ ଏବଂ ନେହରୁ ଇନ୍ଦିରା ଗାନ୍ଧୀଙ୍କ ସହିତ ଯାଇଥାନ୍ତି । ପୁସ୍ତକମେଳାରେ ବୁଲୁବୁଲୁ ସେ ଯାଇ ଶିଶୁ ସାହିତ୍ୟ ବିଭଗରେ ପହଞ୍ôଚଲେ ଯେଉଁଠି ସେ ବହୁତ ସମୟ କଟାଇଥିଲେ । ସେଠାରେ ଗୋଟିଏ ଶିଶୁ ବହିଟିଏ ଧରିଛିଡ଼ା ହୋଇଥାଏ । ସେ ତା ପାଖକୁ ଯାଇ ତା ପିଠି ଆଉଁସି, ତା ସହିତ ସେ ବହିଟିର ଗୋଟିଏ ପୃଷ୍ଠା ତା’ଲାଖେ ଥଙ୍ଗେଇ ଥଙ୍ଗେଇ ପଢ଼ିଥିଲେ ଯାହା ଅନ୍ୟମାନଙ୍କୁ ଅଭିଭୂତ ଓ ବିସ୍ମିତ କରାଇଥିଲା ।
ଥରେ ସେ ‘ସଙ୍କର୍ସ ଉଇକ୍ଲି’ ଶିଶୁକଳ ପ୍ରତିଯୋଗିତା ଦେଖିଲାପରେ ଲେଖିଥିଲେ, “ଏହି ଚିତ୍ରଗୁଡ଼ିକ ଦେଖିଲେ ସାରା ପୃଥିବୀର ଅଗଣିତ ଶିଶୁ ସମୁଦ୍ର ମୋ ଆଖିଆଗରେ ନାଚି ଉଠନ୍ତି । ସେମାନଙ୍କ ଭାଷା ଓ ପରିପାଟୀରେ ଭିନ୍ନତା ଥିଲେ ମଧ୍ୟ ସମସ୍ତେ ମୋତେ ଏକାଭଳି ଦିଶନ୍ତି । ଏକାଠି ହେଲେ ସେମାନେ ଖେଳନ୍ତି ଓ କଜିଆ ମଧ୍ୟ କରନ୍ତି । ସୋମନଙ୍କ କଜିଆ ବି ଗୋଟିଏ ପ୍ରକାର ଖେଳ । ସେମାନଙ୍କ ଭିତରେ ଥିବା ଜାତି, ଧର୍ମ ଓ ବର୍ଣ୍ଣର ପ୍ରଭେଦ ସେମାନେ ଜାଣିପାରନ୍ତି ନାହିଁ । ସେମାନେ ନିଜ ବାପା ମା’ଙ୍କଠାରୁ ଅଧିକ ବୁଦ୍ଧିମାନ । ହେଲେ, ସେମାନଙ୍କ ବିଚାର ବୁଦ୍ଧି ବହୁ ସମୟରେ ନଷ୍ଟ କରିଥାନ୍ତି ତାଙ୍କ ଗୁରୁଜନମାନେ ।”
ନେହରୁଙ୍କ କାରଣରୁ ଶିଶୁମାନେ ଭାରତ ସରକାରଙ୍କ ସହାୟତା ପାଇ ବିଦେଶ ଭ୍ରମଣରେ ଯାଇଥିଲେ ଓ ବିଦେଶୀ ପିଲାଙ୍କ ପାଇଁ ଭାରତରୁ ପ୍ରଥମ କରି ବିଭିନ୍ନ ଜୀବଜନ୍ତୁ ଉପହାର ସେ ଦେଶମାନଙ୍କରେ ଦିଆଯାଇଥିଲା । ତାଙ୍କର ସେହି ଶିଶୁମାନଙ୍କୁ ଭଲପାଇବାକୁ ନେଇ ପ୍ରତିବର୍ଷ ତାଙ୍କ ଜନ୍ମଦିବସକୁ ‘ଶିଶୁ ଦିବସ’ ରୂପେ ପାଳିତ ହୁଏ । ତାଙ୍କର ଏ ଶିଶୁ ପ୍ରେମକୁ ଦେଖି ଡ଼କ୍ଟର ଜାକିର୍ ହୁସେନ୍ କହିଥିଲେ – ‘ୠକ୍ଟକ୍ସ ଦ୍ଭକ୍ଟଭକ୍ଟୟଚ୍ଚ ଷବଗ୍ଦ ୟରରକ୍ଟ୍ର କ୍ଷକ୍ଟଙ୍ଖର ବଦ୍ଭୟ କ୍ସରଙ୍ଖରକ୍ସରଦ୍ଭମର ଲକ୍ଟକ୍ସ ମଷସକ୍ଷୟକ୍ସରଦ୍ଭ ବଗ୍ଦ ଔବଙ୍ଗବଷବକ୍ସ ଖବକ୍ଷ. ଅର୍ଥାତ୍ ନେହେରୁଙ୍କ ପରି କେହି ଶିଶୁମାନଙ୍କୁ ଏତେ ଗଭୀର ଭାବରେ ଭଲ ପାଇଯାଇଛନ୍ତି । ଯଥାର୍ଥରେ ସେ, ସେମାନଙ୍କର ଆଦରଣୀୟ ଚାଚା ନେହରୁ ବା ନେହରୁ ଚାଚା ।
ଏହି ଶିଶୁ ପ୍ରିୟ ମହାପୁରୁଷଙ୍କର ଆବିର୍ଭାବ ହୋଇଥିଲା ୧୪ ନଭେମ୍ବର ୧୯୮୯ରେ ଏବଂ ଶିଶୁମାନେ ତାଙ୍କ ପ୍ରିୟ ଚାଚାଙ୍କୁ ହରାଇଥିଲେ ୨୭ମେ ୧୯୬୪ରେ । ସେ ସ୍ୱଦେହରେ ଏବେ ଆମପାଖରେ ନାହାଁନ୍ତି ସତ, ହେଲେ ସେ କାଳେ କାଳେ ଆମ ପାଖେ ନେହରୁ ଚାଚା ହୋଇ ରହିଥିବେ ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮