ଆରମ୍ଭ ହେଲା ‘ଆମ ସ୍ଵାସ୍ଥ୍ୟ ଆମ ଦାୟିତ୍ୱ’ ପ୍ରଶିକ୍ଷଣ ଶିବିର

ଭଞ୍ଜନଗର, ( ସନ୍ତୋଷ କୁମାର ଜେନା) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଆମ “ସ୍ୱାସ୍ଥ୍ୟ ଆମ ଦାୟିତ୍ୱ”ର ବିଭିନ୍ନ ବ୍ଳକ ସ୍ତରରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇ ସାରି ଥିବା ବେଳେ ବର୍ତ୍ତମାନ ଏହା ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି। ଏହି ଅବସରରେ ଭଞ୍ଜନଗର ବ୍ଲକର ସାନକୋଦଣ୍ଡା ,ବାଉଁଶଲୁଣ୍ଡି, ଗୁଣ୍ଡୁରୀବାଡ଼ି ଆଦି ବିଭିନ୍ନ ପଂଚାୟତ ରେ ସେହି ପଞ୍ଚାୟତ ର ସରପଞ୍ଚ, ମାଷ୍ଟର ଟ୍ରେନର ନେତାଜୀ ବିଷୋୟୀ, ଭଞ୍ଜନଗର ବ୍ଲକ ର ଅନେକ କର୍ମଚାରୀ ଙ୍କ ଉପସ୍ଥିତ ରେ ସମସ୍ତ ଅଙ୍ଗନାବାଡି କର୍ମୀ , ଆଶାଦିଦି ଓ ଶିକ୍ଷୟିତ୍ରୀ ମାନକୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ପ୍ରକାଶ ଯେ କୋରନା ଗୋଷ୍ଟି ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ “ସ୍ୱାସ୍ଥ୍ୟ ଆମ ଦାୟିତ୍ୱ” କାଯ୍ୟକର୍ମ କୁ ଆରମ୍ଭ କରାଯାଇଛି। ଏଥିରେ ପୂର୍ବରୁ ବ୍ଲକ ସ୍ତରରେ ଅଙ୍ଗନାବାଡି ସୁପର ଭାଇଜର , ବ୍ଳକ କର୍ମଚାରୀ, ମିଶନ ଶକ୍ତି ବ୍ଳକ ସଂଯୋଜକ, HSC ବ୍ଳକ ଲେବଲ ସଦସ୍ୟ ଙ୍କ ସହିତ କୋରନା ଭୁତାଣୁ ସଂକ୍ରମଣ ମାଧ୍ୟମ , ଲକ୍ଷଣଓ ସଂଘରୋଧ କେନ୍ଦ୍ର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ପ୍ରଶିକ୍ଷଣ ଦିଆଯାଇଛି। ବର୍ତ୍ତମାନ ପଞ୍ଚାୟତ ସ୍ତରରେ ଅଙ୍ଗନାବାଡି କର୍ମ , ଆଶାକର୍ମୀ,ଏଏନଏମ କର୍ମୀ, ଶିକ୍ଷୟତ୍ରୀ ମାନକୁ ଏହି ପ୍ରଶିକ୍ଷଣ ତାଲିମ ପ୍ରଦାନ କରାଯାଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ