ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ ପରିସରରେ ବନମହୋତ୍ସବ ସପ୍ତାହ ପାଳିତ

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ନିକଟସ୍ଥ ଅର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ ପରିସରରେ ୭୩ତମ ବନମହୋତ୍ସବ ସପ୍ତାହ ମହା ସମାରୋହରେ ପାଳିତ ହୋଇ ଯାଇଛି । ବନବିଭାଗ, କୋଣାର୍କ ଓ ଦୁଇ ବିଦ୍ୟାଳୟ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ, ଅ।ର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ ର ଜାତୀୟ ସବୁଜ ବାହିନୀ, ଏନ,ସି,ସି, ଭାରତ ସ୍କାଉଟ ଓ ଗାଇଡ଼ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ କୋଣାର୍କ ସାହିତ୍ୟ ସଂସଦ ର ସମ୍ପାଦକ ତଥା ସି ,ଆର,ସି,ସି ରବିନ୍ଦ୍ର ବାହିନୀପତି ଯୋଗଦେଇ ବୃକ୍ଷ ପୂଜନ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦ୍ଘାଟନ କରିଥିଲେ।ସଭାପତି ନିରଞ୍ଜନ ସାହୁ ଙ୍କ ସଭାପତି ତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ବନବିଭାଗର ଅଧିକାରୀ ରବିନ୍ଦ୍ର ସ୍ୱାଇଁ, ସମାଜସେବୀ ରାମକୃଷ୍ଣ ମହାନ୍ତି, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଲେଙ୍କା, ଦିଲ୍ଲିପ ନାୟକ, ନିରଞ୍ଜନ ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇ ବ୍ୟାପକ ବୃକ୍ଷ ରୋପଣ ପାଇଁ  ଆହ୍ୱାନ ଦେଇଥିଲେ। ବିଦ୍ୟାଳୟ ପରିସରରେ ଏକ ନିଆରା ଢଙ୍ଗରେ ବୃକ୍ଷ ପୂଜନ କରାଯାଇ ବୃକ୍ଷ ରୋପଣ କରା ଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷ୍ୟକ ରବିନ୍ଦ୍ର ଦ୍ବିବେଦୀ,ମାନସ ମୁଦୁଲି, କେ ବାସନ୍ତୀ, ନିହାରିକା ମହାନ୍ତି, ଚିତ୍ରଞ୍ଜଳି ନାୟକ,ଅଭୟ ନାୟକ, କାହ୍ନୁଚରଣ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ