ଆର୍ଥିକ ଅନାଟନରେ କଷ୍ଟ ପାଉଥିବା ରଶ୍ମିତା ପରିଚ୍ଛା ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ
ପାରଳାଖେମୁଣ୍ଡି,( ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ଫା ବ୍ଳକ ଅନ୍ତର୍ଗତ ଜିଭା ପଞ୍ଚାୟତର କେକେସିଂ ଗ୍ରାମର ରଶ୍ମିତା ପରିଚ୍ଛା ଓ ତାଙ୍କ ପରିବାର ସାହାଯ୍ୟ ପାଇବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରସ୍ତ ହୋଇଛନ୍ତି । ଯାହା ଟଙ୍କା ଥିଲା ବାପାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇ ଯାଇଛି। ବର୍ତ୍ତମାନ ତାଙ୍କ ବାପାଙ୍କ ଜାନୁଆରୀ ମାସରେ ମୃତ୍ୟୁ ପରେ ପରିବାର ଚଳିବା ସକାଶେ ସମସ୍ୟା ଉପୁଜିଛି। ଛଅ ଭଉଣୀରୁ ଚାରି ଜଣଙ୍କ ବିବାହ ହୋଇ ଯାଇଛି। ଦୁଇ ଦୁଇ ଭଉଣୀ ଉଚ୍ଚ ଶିକ୍ଷିତା ହୋଇ ଥିବାରୁ ଜିଲ୍ଲା ପ୍ରଶାସନ କିଛି ରୋଜଗାର ଦେଲେ ସେମାନେ ପରିବାର ପ୍ରତିପୋଷଣ କରିବା ସହ ରୋଜଗାରକ୍ଷମ ହୋଇ ପାରିବେ ବୋଲି ଆଶା ରଖୁଛନ୍ତି ।