ଓଡିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ରାଜ୍ଯରେ ଗଜପତି ଜିଲ୍ଲାର ଯାଜ୍ଞସେନୀ ଦିତୀୟ ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲାର ମୋହନା ହିଲ୍ ଟପ ମହାବିଦ୍ୟାଳୟ +୩ ର ଛାତ୍ରୀ ଯାଜ୍ଞସେନୀ ବେହେରା ପ୍ରଥମେ ମହାବିଦ୍ୟାଳୟ ଓ ଜିଲ୍ଲାସ୍ତରରେ ପୁରସ୍କୃତ ହୋଇ ଗତ ୧୧ ତାରିଖରେ ଭୁବନେଶ୍ଵର ବିଜେବି ମହାବିଦ୍ୟାଳୟରେ ଆୟୋଜିତ ଯୁବ ଲେଖକ ଦିବସ /ଅମୃତ ପିଢି ସରସ୍ଵତ କର୍ମଶାଳାରେ ରାଜ୍ଯ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଛନ୍ତି. ଭୁବନେଶ୍ବର ଓ ୟୁ ଟି ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟ ସଚିବ ପ୍ରମୁଖ ଉପସ୍ଥିତ ରହି ଯାଜ୍ଞସେନୀଙ୍କୁ ପୁରସ୍କୃତ କରିଛନ୍ତି, ଯାଜ୍ଞସେନୀଙ୍କୁ ନିଜ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ନିଜ ପରିବାର ଓ ଗଜପତି ଜିଲ୍ଲାବାସୀ  ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ