ସ୍କୁଲ ମୁଖ୍ୟ ଫାଟକର କାନ୍ଥ ଭୁସୁଡ଼ି ପଡି ଦୁଇ ଛାତ୍ରୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ବିପଦସଂକୁଳ, ଅସୁରକ୍ଷିତ ଓ ଦୁର୍ବଳ ପାଚେରୀ ଭୁଶୁଡି ପଡିବା ଯୋଗୁଁ 2 ଜଣ ଛାତ୍ରୀ କାନ୍ଥ ତଳେ ଚାପି ହୋଇ ଶୋଚନୀୟ ଭାବେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି. ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ରୁବୁଡିସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟରେ l ବିଦ୍ୟାଳୟରେ ସ୍କୁଲ ଛାତ୍ରୀମାନେ ଖେଳୁ ଥିବା ସମୟରେ ହଠାତ ଅଚାନକ ଭାବେ ବିଦ୍ୟାଳୟ ଫାଟକ ନିକଟସ୍ଥ ପାଚେରୀ ଭୁଶୁଡି ପଡିଥିଲା. ଫଳରେ ରୁବୁଡିସିଂ ଗ୍ରାମର ଦୁଇ ଛାତ୍ରୀ ଇଡନ୍ତି ରଇତ ଏବଂ ଅନ୍ୟ ଛାତ୍ରୀ ବେକ୍ଳେସନ ରଇତ ପାଚେରୀ କାନ୍ଥ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି. ଏହି ଦୁଇ ଛାତ୍ରୀ ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ. ଏମାନଙ୍କର ବୟସ ଜଣଙ୍କର 9 ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ରୀଙ୍କ ବୟସ 10 ବର୍ଷ ବୋଲି ଜଣା ପଡିଛି. ଘଟଣା ସ୍ଥଳରେ ରା. ଉଦୟଗିରି ଥାନା ପୋଲିସ ପହଂଚି ଶବ ଜବତ କରି ପୋଷ୍ଟମୋର୍ଟେମ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି. ଘଟଣା ନେଇ ପୋଲିସ ଥାନାରେ ଏକ ମକଦ୍ଦ୍ୱମା ରୁଜୁ ହୋଇ ତଦନ୍ତ ଜାରି ରହିଥିବା କୁହାଯାଇଛି. ଅନ୍ୟପକ୍ଷରେ ନୂଆଗଡ ତହସିଲଦାର ଓ ବିଡ଼ିଓ ଘଟଣା ସ୍ଥଳରେ ପହଂଚି ରେଡକ୍ରସ ପାଣ୍ଠିରୁ ଉଭୟ ମୃତ୍ୟୁ ପରିବାରକୁ ୨୦ହଜାର ଟଙ୍କା ପ୍ରଦାନ କରିଛନ୍ତି l ତେବେ ଏହି ଘଟଣାରେ କିଏ ଦାୟୀ ଓ କିଭଳି ଏହି ବିପଦପୁର୍ଣ ଘଟଣା ଘଟିଲା ସେଥିପାଇଁ ଦାୟୀ କିଏ ରହିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି. ଏହି ଦୁଇ ଜଣ କୋମଳମତି ଛାତ୍ରୀଙ୍କର ମୃତ୍ୟୁକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ