ହନୁମାନ ଜୟନ୍ତି ପାଳିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ କାଉପଡା ପଞ୍ଚାୟତର ବାଘିଲୋବାବନପୁର ଗ୍ରାମରେ ଓଡିଆ ନବବର୍ଷ ଓ ପଣାସଂକ୍ରାନ୍ତିରେ ହନୁମାନଜୟନ୍ତୀ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟି କାହିଁ ଅନାଦିକାଳରୁ ସେହି ଗ୍ରାମରେ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇ ଆସୁଅଛି। ଉକ୍ତ ପୂଜାରେ ଆଖପାଖ ଗ୍ରାମରୁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ସମାବେଶ ହୋଇଥିଲା। ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରି ହନୁମାନଙ୍କ ଚାଳିଶା ପାଠ କରିଥିଲେ। ବିଶ୍ୱାସ କରାଯାଏ ପୂଜାର୍ଚ୍ଚନା କରି ହନୁମାନଙ୍କ ଚାଳିଶା ପାଠକଲେ ଭକ୍ତଙ୍କ ମାନସିକ ପୁରଣ ହୋଇଥାଏ। ଏହି ଉତ୍ସବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ।


