ଆଳିକୁ ହରାଇ ନୂଆପଡା ଚାମ୍ପିୟାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଳକ ଅନ୍ତର୍ଗତ ଡାଳିକାଏନ୍ଦା ଠାରେ ଗୁରୁବଦର୍ସ ପ୍ରାୟୋଜିତ ଓ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ୪୬ତମ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁରୂପା କ୍ଳବ ନୂଆପଡାର ମା’ ଖରାଖାଇ କ୍ଲବ ଆଳିକୁ ପରାସ୍ତ କରି ଚମ୍ପିଅନ ହୋଇଛି । ଆଳି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଉଇକେଟ ହରାଇ ୧୭୧ ରନ କରିଥିବାବେଳେ ନୂଆପଡା ୧୯ ଓଭରରେ ୬ ଉଇକେଟ ହରାଇ ଆବଶ୍ୟକୀୟ ରନ ପୁରଣ କରିନେଇଥିଲା । ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଡଃ. ହୟଗ୍ରୀବ ହରେକୃଷ୍ଣ ଗୁରୁଙ୍କ ସହ ଧର୍ମିଣୀ ତଥା ଗୁରୁଜୀ ଗ୍ରୁପ ଅଫ କମ୍ପାନୀର ଏମଡି ମିନାକ୍ଷୀ ଗୁରୁ, ସମ୍ମାନୀତ ଅତିଥି ଭାବେ ଏସ ସିବି ଦନ୍ତ ମହାବିଦ୍ୟାଳୟର ଅଧ୍ୟାପକ ଡାକ୍ତର ଆଶିଷ ବାରିକ, ସରପଂଚ ଗଙ୍ଗାଧର ବେହେରା, ସମିତିସଭ୍ୟ ଅମିତ ନାୟକ, ଆଇନଜୀବୀ ସଂଜୟ କୁମାର ଜେନା, ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସଂପାଦକ ରମଣୀ ରଂଜନ ରାଉତରାୟ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, କିଶୋର ଚନ୍ଦ୍ର ପ୍ରଧାନ, ପିତାମ୍ବର ଜେନା ଏବଂ ସମ୍ବାଦିକ ଶୁଭ୍ରାଂଶୁ ସୂତାର ପ୍ରମୁଖ ଯୋଗଦେଇ ଗୁରୁ ବ୍ରଦର୍ସ ପକ୍ଷରୁ ବିଜେତା ଦଳକୁ ୨୧ ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳକୁ ୧୫ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ବାସୁଦେବ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅନୁଷ୍ଠାନର କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ ବିଦ୍ୟାଧର ବେହେରା ସ୍ୱାଗତ ଭାଷଣ, ଦୁଃଶାସନ ସ୍ୱାଇଁ ସମ୍ପାଦକୀୟ ବିବରଣୀ ପାଠ ଓ ଅମିତ ଗୁରୁ ଦେଶାତ୍ମକ ବୋଧ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଡଃ. ହୟଗ୍ରୀବ ଗୁରୁଙ୍କୁ ଡାଳିକାଏନ୍ଦା ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ଗୁରୁ ବଦର୍ସ ପକ୍ଷରୁ ବିଜେତା ଦଳର ଶୁଭମ ଶତୃଜିତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ରୋହିତ ସାଗରଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଖେଳାଳୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରକାଶ ସାହୁ ଓ ନିଗମାନନ୍ଦ ବେହେରା ଖେଳ ପରିଚାଳନା କରିଥିବା ବେଳେ ବିଜୟ ବେହେରା ଏଥିରେ ସହଯୋଗ କରିଥିଲେ । ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କ୍ଲବର ସଭାପତି ପ୍ରମୋଦ ରାଉତ, ସମ୍ପାଦକ ସରୋଜ ବେହେରାଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ