ଆସନ୍ତା ଅଗଷ୍ଟ ୧୫ରେ ହେବ ଓଟିଇଟି ପରୀକ୍ଷା

(ଯୁଗାବ୍ଦ ନ୍ୟୁଜ) , ଓଟିଇଟି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ମାସ ୧୫ରୁ ୨୬ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।ସେଥିପାଇଁ ଅନଲାଇନ ପେମେଣ୍ଟ ଲାଗି ଜୁଲାଇ ୨୯ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ପେପର -୧ ଓ ପେପର -୨ ଅଲଗା ଅଲଗା ଫିସ ବ୍ୟବସ୍ଥା କରାଯାଇଛି । ୨୦୧୮ ଓଟିଇଟି ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ପୁଣି ଥରେ ଆବେଦନ କରିଥିବେ ।


