ଆସିକାରେ ପୁଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧି ଟିଙ୍ଗିରି ଦୋରା ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପୁଣି ପୁଲିସର ଏନ୍କାଉଣ୍ଟର । ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ଟିଙ୍ଗିରି ଦୋରା ଆହତ ହୋଇଛି । ତାର ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଆହତ ଟିଙ୍ଗିରିକୁ ବ୍ରହ୍ମପୁରର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ପୁଲିସ ଏକ ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ଗଞ୍ଜାମ ଜିଲ୍ଲାର ପାଣ୍ଡିଆପଥର ଗାଁକୁ ଯାଇଥିଲା । ଏହି ସମୟରେ ଗୁଳିକାଣ୍ଡରେ ସମ୍ପୃକ୍ତ ଅପରାଧି ଟିଙ୍ଗିରି ଦୋରାକୁ ଧରିବାକୁ ଉଦ୍ୟମ କଲା ବେଳେ ସେ ପ୍ରଥମେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲା । ଏହାର ଜବାବରେ ପୁଲିସ ପାଲଟା ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା । ତାର ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା । ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ପୁଲିସ ତାକୁ ଉଦ୍ଧାର କରି ବ୍ରହ୍ମପୁରର ବଡ଼ ମେଡିକାଲରେ ଭର୍ତ୍ତି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ