ରାମକୃଷ୍ଣ ଅନାଥାଶ୍ରମ ଅନ୍ତେବାସୀ ପାଳିଲେ ଦୀପାବଳି

ବ୍ରହ୍ମପୁର,: ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଅ।ଜି ସମାଜ ପାଇଁ ଅପରିହାଯର‌୍ୟ ହେ।ଇପଡ଼ିଛି ବେ।ଲି ବିଶିଷ୍ଟ ଭେଷଜବିତ୍ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । ଶ୍ରୀ ସାହୁ ମୁଖ୍ୟଅତିଥି ଭାବେ ଯେ।ଗଦେଇ କହିଥିଲେ ପ୍ରତ୍ୟେକ ମଣିଷ ଭିତରେ ଅନନ୍ତ ପ୍ରତିଭା ବିଦ୍ୟମାନ ରହିଛି । ଅ।ମେ ତାକୁ କାଯର‌୍ୟକାରୀ କରିପାରିଲେ ସମାଜରେ ଶ୍ରେଷ୍ଠ ମଣିଷ ହେ।ଇପାରିବା ବେ।ଲି ପରାମର୍ଶ ଦେଇଥିଲେ । ସ୍ଥାନୀୟ ଅ।ମ୍ବପୁଅ। ସ୍ଥିତ ରାମକୃଷ୍ଣ ସାରଦା ସେବା ସଂଘ ଅ।ଶ୍ରମରେ ରହୁଥିବା ଅନାଥ ଅନ୍ତେବାସୀଙ୍କ ଗହଣରେ ଅତିଥିବୃନ୍ଦ ପବିତ୍ର ଦୀପାବଳି ଉତ୍ସବ ପାଳନ କରିଛନ୍ତି । ଏ ସମ୍ପର୍କରେ ଅ।ୟେ।ଜିତ ଏକ ସଭା ଚିତ୍ତରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ।ଇଥିଲା । ସମ୍ମାନିତ ଅତିଥି ଭାବେ ଫେ।ରମ ଫର ଗଞ୍ଜାମର ଅ।ବାହକ ତଥା ଶିକ୍ଷାବିତ ସୁଧିର କୁମାର ରାଉତ, ଜାତୀୟ ସାମ୍ବାଦିକ ୟୁନିଅନର ଓଡ଼ିଶା ଶାଖା ସଭାପତି ରବି ରଥ, ହଳଦିଅ।ପଦରସ୍ଥିତ ସଂକଳ୍ପ ଡେବେ।ଡ଼ିଂ ସ୍କୁଲର ସଭାପତି ଇ.ତେଜେଶ୍ୱର ରାଓ, ଅଜିତ କୁମାର ମହାପାତ୍ର, ଶ୍ରୀମତୀ ସୁଜାତା ମଜନଦୁଦାର, ଅନିଲ କୁମାର ବିଷେ।ୟୀ,
ଗେ।ପାଳ କୃଷ୍ଣ ଡ଼ାକୁଅ।, ପି.କେ. ମୁନି, ଗଞ୍ଜାମ ଚ୍ୟାମ୍ବର ଅଫ କମର୍ସର ଜେ. ସୁରେଶ ପ୍ରମୁଖ ଏହି କାଯର‌୍ୟକ୍ରମରେ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉଦବେ।ଧନ ଦେଇଥିଲେ । ପ୍ରଥମେ ସଂଗଠନର ସମ୍ପାଦକ ପଦ୍୍ମନାଭ ମହାରଣା ଅନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ପୂର୍ବରୁ ଅ।ୟେ।ଜିତ ମେଧା ପ୍ରତିଯେ।ଗିତାର କୃତି ଛାତ୍ରମାନଙ୍କୁ ବିଭିନ୍ନ ଉପହାର ଓ ପୁରସ୍କାର ପ୍ରଦାନ ସହ ସାଂସ୍କୃତିକ କାଯର‌୍ୟକ୍ରମ ପରିବେଷଣ ହେ।ଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ