ଆସିକା ହରିହର ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
ଆସିକା, (ୱାଇଏନ୍ଏସ୍):ଆସିକା ହରିହର ହାଇସ୍କୁଲର ୧୯୮୦ ମାଟ୍ରିକ ବ୍ୟାଚ୍ର ବହୁ ପୂରାତନ ଛାତ୍ର ରବିବାର ଏକଜୁଟ ହୋଇ ସେମାନଙ୍କର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଛି । ଆସିକା ହରିହର ହାଇସ୍କୁଲରେ ୧୯୮୦ ମସିହାରେ ମାଟ୍ରିକ ଶ୍ରେଣୀରେ ପଢୁଥିବା ଛାତ୍ର ପି.ତିରୁପତି ପାତ୍ର, ପି.ପ୍ରଭାକର ପାତ୍ର, ଏମ୍.ରାଜେନ୍ଦ୍ର କୁମାର ସେନାପତି, ମିହିରକାନ୍ତ ମହାପାତ୍ର, ବସନ୍ତ କୁମାର ପାଠୀ, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ଶିବରାମ ମହାରଣା, ଭଗବାନ ପାଢୀ, ଭି.କ୍ରିଷ୍ଣାରାଓ ଦୋରା, ବିରଜା ପ୍ରସାଦ ଚୌଧୁରୀ, ବିରେନ୍ଦ୍ର ପାତ୍ର, ଅଶ୍ୱିନୀ କୁମାର ଦାଶ, ଇ.ସନ୍ତୋଷ କୁମାର ପାତ୍ର, ସିମାଂଚଳ ସାହୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ଟୁନା ସାହୁ, ଏମ୍.ଶ୍ରୀନିବାସ, ଏ.ଶ୍ରୀନୁ, ସି.ମଦନ ମୋହନ ରାଓ, ସତ୍ୟବ୍ରତ ଚୌଧୁରୀ, ତାରାକାନ୍ତ ଉଦଗାତା, ରାଜୀବ ପଣ୍ଡିତ, ସଂଜୀବ ପଣ୍ଡିତ, ପି.ଲିଙ୍ଗରାଜ ପାତ୍ର, ଡି.ଶିବଶଙ୍କର ପାତ୍ର, ଦିଗାମ୍ବର ନାୟକ, ପ୍ରଦୀପ କୁମାର ସ୍ୱାଇଁ, ସାନ୍ତନୁ ସାହୁ, ରବିନ୍ଦ୍ର ରେଡି, ସାରଂଗଧର ରେଡି, ପ୍ରଶାନ୍ତ କୁମାର ପଣ୍ଡା, ସୁଧୀର ପାତ୍ର, ରମେଶ ପାତ୍ର, ଡିଭି ଜୟ ସିଂଙ୍କ ସମେତ ବହୁ ଛାତ୍ର ଏକଜୁଟ ହୋଇ ସେମାନଙ୍କର ପିଲାଦିନର ସ୍ମୃତି ସାଉଁଟିବା ସହ ଆଗାମୀ ଦିନରେ ସବୁ ସମୟରେ ଏକଜୁଟ ହୋଇ ସମାଜ ସେବା କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଦୀର୍ଘ ୪୪ବର୍ଷ ପରେ ୧୯୮୦ ବ୍ୟାଚର ଆସିକା ହରିହର ହାଇସ୍କୁଲର ମାଟ୍ରିକ ପାଠ୍ୟକ୍ରମ ପୁରାତନ ଛାତ୍ର ମାନେ ଏକଜୁଟ ହୋଇଥିବା ଯୋଗୁଁ ଖୁସିରେ ବିଭୋର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଞ୍ଚଳର ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଆସିକା ହରିହର ହାଇସ୍କୁଲକୁ ଇତି ମଧ୍ୟରେ ୧୦୦ବର୍ଷ ପୁରି ଯାଇଥିଲା ବେଳେ ବହୁ ଛାତ୍ର ଛାତ୍ରୀ ଭଲ ପାଠପଢି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଥିଲା ବେଳେ ଗୋଟିଏ ଛାତ ତଳେ ୧୯୮୦ ମାଟ୍ରିକ୍ ବ୍ୟାଚର ବିଦ୍ୟାର୍ଥୀଙ୍କ ମହାମିଳନ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ୧୯୮୦ ମସିହାରେ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କୁ ସେତେବେଳେ ପାଠ ପଢାଇ ସୁନାଗରିକ ଭାବେ ଗଢିତୋଳିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ଶିକ୍ଷାନୁଷ୍ଠାନର ତତ୍କାଳୀନ ଶିକ୍ଷକ ପ୍ରଫୁଲ ପାଣିଗ୍ରାହୀ, ଏ.ଯୁଧିଷ୍ଠିର ଦୋରା ଓ ଗଣେଶ ରଥଙ୍କୁ ୧୯୮୦ ବ୍ୟାଚର ପୁରାତନ ଛାତ୍ର ସଂଘ ପକ୍ଷରୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କୁ ଦୀର୍ଘ ନିରାମୟ ଜୀବନ ଓ ନିରୋଗ କାମନା କରାଯାଇଥିଲା । ଆସିକା ହରିହର ହାଇସ୍କୁଲରେ ୧୯୮୦ ମସିହାରେ ମାଟ୍ରିକ୍ ପାଠ୍ୟକ୍ରମରେ ଶିକ୍ଷାଜୀବନ କଟାଇଥିବା ପୁରାତନ ଛାତ୍ର ମାନେ ପୁରୁଣା ଦିନର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ପରଲୋକାଗତ ବନ୍ଧୁ ଓ ଶିକ୍ଷକଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ୧୯୮୦ ମାଟ୍ରିକ୍ ବ୍ୟାଚ୍ର ଛାତ୍ରମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡିଥିବା ସହପାଠୀଙ୍କୁ ମିଳିତ ଭାବେ ସହଯୋଗର ହାତବଢାଇବାକୁ ଆଲୋଚନା କରାଯାଇଥିଲା ।