ଆସିବ “ସତ୍ୟମେବ ଜୟତେ”ର ସିକ୍ୱେଲ
(ଯୁଗାବ୍ଦ ନ୍ୟୁଜ) ଆକ୍ସନ ଷ୍ଟାର ଜନ ଇବ୍ରାହିମଙ୍କ ଅଭିନୀତ “ସତ୍ୟମେବ ଜୟତେ”କୁ ବକ୍ସ ଅଫିସରେ ଜବରଦସ୍ତ ରେସ୍ପନ୍ସ ମିଳିଥିଲା । ଏବେ ଏହାର ସିକ୍ୱେଲ ତିଆରି ହେବାକୁ ଯାଉଛି । ଆସନ୍ତା ଅଗଷ୍ଟରେ ଜନ ଇବ୍ରାହିମଙ୍କ “ବାଟଲା ହାଉସ” ରିଲିଜ ହେବାର ଯୋଜନା ରଖିଛି ପ୍ରଜୋଜନା ସଂସ୍ଥା । ହେଲେ “ସତ୍ୟମେବ ଜୟତେ୨” ର ରିଲିଜ ଡେଟ ଫାଇନାଲ ହୋଇଯାଇଛି । ଏହା ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ପରଦାକୁ ଆସିବ ।


