ଆହତ ଅସହାୟ ମାନସିକ ବିକୃତ ନାବାଳିକାକୁ ମେଡିକାଲରେ ଭର୍ତ୍ତି କଲେ ସ୍ୱେଚ୍ଛାସେବୀ
ଗଞ୍ଜାମ, (ବିନୋଦ ପଲେଇ): ଦୁର୍ଘଟଣାର ଶିକାର ହୋଇ ରାସ୍ତାକଡରେ ପଡିରହି ଯନ୍ତ୍ରଣାରେ ଛଟପଟ ହେଉଥିବା ଏକ ଅସହାୟ ମାନସିକ ବିକୃତି ନାବାଳିକାକୁ ପୋଲିସ ଓ ଶିଶୁ ବିକାଶ ଅଧିକାରୀଙ୍କ ଉପସ୍ଥିତରେ ସ୍ୱେଚ୍ଛାସେବୀ ଦୂର୍ଗା ମାଧବ ପାଣିଗ୍ରାହୀ ଉଦ୍ଧାରକରି ମେଡ଼ିକାଲରେ ଭର୍ତ୍ତିକରିଥିବା ଜଣାପଡ଼ିଛି। ପ୍ରକାଶ ଯେ , ଗଞ୍ଜାମ ଅଞ୍ଚଳରେ ଏକ ଅସହାୟ ମାନସିକ ବିକୃତି ନାବାଳିକା ବୁଲୁଥିବା ବେଳେ ଯିଏ ଯାହାଦେଉଥିଲା ତାହା ଖାଉଥିଲା। ଗତତିନିଦିନ ତଳେ କୌଣସି ଏକ ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ଆହତ ହୋଇ ରାସ୍ତା କଡରେ ପଡିରହିଥିଲା। ପରେ କେଉଟ ସାହିସ୍ଥିତ ସାତଭଉଣୀ ମନ୍ଦିରନିକଟରେ ପଡିରହି ଯନ୍ତଣାରେ ଛଟପଟ ହେଉଥିଲା। କିଛିଲୋକ ଦେଖି ସ୍ୱେଚ୍ଛାସେବୀ ବସନ୍ତ ସାହୁ ଓ ସରପଞ୍ଚ ଜି.ସନ୍ତୋଷରେଡିଙ୍କୁ ଖବର ଦେବାପରେ ସେମାନେ ଭରସା ର ସଂପାଦକ ଦୁର୍ଗା ମାଧବ ପାଣିଗ୍ରାହୀଙ୍କୁ ଅବଗତ କରାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଶିଶୁବିକାଶ ଅଧିକାରିଣୀ ସଲୀଳା ପ୍ରଧାନ ଓ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ଜଣାଇଥିଲେ ।ପରେ ତାଙ୍କ ଉପସ୍ଥିତରେ, ସ୍ୱେଚ୍ଛାସେବୀ ଦୂର୍ଗା ମାଧବ ଓ ବଳରାମ ବେହେରା ୧୦୮ ଆମ୍ବୁଲାନ୍ସରେ ନେଇ ଚିକିତ୍ସା ପାଇଁ ମେଡିକାଳରେ ଭର୍ତ୍ତିକରାଇଥିଲେ । ଆହତ ନାବାଳିକାର ହାତଟି ଭାଙ୍ଗିଯିବା ସହ ବିଭିନ୍ନ ସ୍ଥାନରେ ମାଡ଼ହେଇଥିବା ବେଳେ ଦେହରେ ପିମ୍ପୁଡି,ଜନ୍ଦା ଲାଗିଯାଇଥିବା ଦେଖାଯାଇଥିଲା। ଆହତ ନାବାଳିକାର ଘର ମାଧପୁର ଓ ତାର ପରିବାର ଲୋକେ ପରେ ଆସିଥିବା ଜଣାପଡିଛି।


