ଗଜପତି ଜିଲ୍ଲାସ୍ତରୀୟ ଗ୍ରାମ ପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ବୈଠକ :   ଭୋଟ ବର୍ଜନ ଚେତାବନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଲାସ୍ତରୀୟ ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ନ୍ୟାର୍ଯ ଦାବିକୁ ତୁରନ୍ତ ପୁରଣ କରା ନ ଗଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ଆବଶ୍ୟକୀୟ ଅନ୍ଦୋଳାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସଂଘ ତରଫରୁ ଚେତାବନି ଦିଆଯାଇଛି । ଏହି ବୈଠକରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯଥା ପିଅନ, ରାତ୍ରଜଗୁଆଳି, ଝାଡୁଦାରମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ସଂଘର ଜିଲ୍ଲା ସଭାପତି ହରିକୃଷ୍ଣ ବରାଳ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଉପସଭାପତି ଆବ୍ରାହମ୍ ରଇତ, ଜିଲ୍ଲା ସମ୍ପାଦକ ଏଲିଶାୟ ବଡମୁଣ୍ଡି, ଜିଲ୍ଲା କୋଷାଧିକାରୀ ଲକ୍ଷ୍ମଣ ବେହେର୍ଦ୍ଦଳାଇ, ଜିଲ୍ଲା ସଂଯୋଜକ ଖେତ୍ରବାସୀ ମଲ୍ଲିକ, ଜିଲ୍ଲା ସହ-ସଂଯୋଜକ କାର୍ତ୍ତିକ ଶବର ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ସମାନ କାମକୁ ସମାନ ଦରମା, ନିୟମିତ ଦରମା, ସର୍ବନିମ୍ନ ଦରମା ପ୍ରଦାନ କରିବା, ଓଡିଶା ଗ୍ରାମ ପଞ୍ଚାୟତର ୨୦୧୪ ମସିହା ୧୨୫ ନିୟମକୁ ସଂଶୋଧନ କରିବା, ୧୬୪ ମସିହା ୧୨୩ ଆଇନକୁ ସଂଶୋଧନ କରିବା ଆଦି ଦାବି କରାଯାଇଥିଲା । ଯଦି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦାବି ପୂୂରଣ କରାନଗଲେ ତେବେ ଆଗାମୀ ଦିନରେ ସଂଘ ତରଫରୁ ସମସ୍ତ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହ ଗ୍ରାମ ପଞ୍ଚାୟତର ସମସ୍ତ କାର୍ଯ୍ୟ ଓ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ