ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ଟପିଲା

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନାରେ ମୃତକଙ୍କ ସଂଖ୍ୟା ଏଗାରହଜାର ଟପି ସାରିଲାଣି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଏବେ ଇଟାଲୀରେ କାୟା ବିସ୍ତାର କରୁଛି। ଚୀନଠାରୁ ଇଟାଲୀରେ ଅଧିକ ଲୋକ ଏଥିରେ ଆକ୍ରାନ୍ତ ତଥା ମୃତ୍ୟୁବରଣ କରୁଛନ୍ତି। ଶୁକ୍ରବାର ଦିନ ଇଟାଲୀରେ ଏହି ରୋଗ ଯୋଗୁଁ ୬୨୭ଜଣ ମୃତ୍ୟୁବରଣ କରିଥିଲେ । ଇଟାଲୀରେ ସର୍ବମୋଟ ଚାରି ଜହାର ଲୋକେ ମୃତ୍ୟୁ ବରଣ କଲେଣି । ସାରା ବିଶ୍ବରେ ଏହି ରୋଗରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭୬,୧୨୩ ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯୧,୯୫୨ ଜଣ । ସେହିପରି ଏହି ରୋଗ ୧୮୫ଟି ଦେଶକୁ ବ୍ୟାପିଛି। ପାକିସ୍ତାନରେ ଏହି ରୋଗରେ ୫୦୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ତିନି ଜଣ ମୃତ୍ୟୁବରଣ କରିଛନ୍ତି ସେହିପରି ଆମେରିକାରେ ୨୬୭ ଜଣ ଏହି ରୋଗରେ ମୃତ୍ୟୁବରଣ କରିଥିବାବେଳେ ୧୯,୬୫୦ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ କରୋନାକୁ ନେଇ ମନରେ ଉଠୁଥିବା ଡର ଓ ଭୟକୁ ଦୂର କରି ଏହି ରୋଗଠାରୁ ସତର୍କ ରୁହନ୍ତୁ। ସତର୍କତା ଓ ସଚେତନତା ହିଁ ଏହି ରୋଗ କବଳରୁ ଆମକୁ ଦୂରେଇ ରଖିପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ