ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ତରଫରୁ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଅଭିନନନ୍ଦନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଉତ୍କଳୀୟ ନବବର୍ଷ, ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ‘ଇଣ୍ଡିଆନ ସିଟିଜେନସ୍ ପାର୍ଟି’ର ସଭାପତି ରମେଶ ଚନ୍ଦ୍ର ରାଉତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ଓଡ଼ିଆ ନବବର୍ଷରେ ପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାବାସୀଙ୍କ ମନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ସେ ଆଶାପ୍ରକଟ କରିଛନ୍ତି । ଏଥି ସହିତ ସମ୍ବିଧାନ ପ୍ରଣେତା, ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୩୦ଜମ ଜୟନ୍ତୀ ଅବସରରେ ମାଲ୍ୟାର୍ପଣ କରିବା ସହିତ ‘ଶିକ୍ଷିତ ହୁଅ ସଂଗଠିତ ହୁଅ ଓ ସଂଘର୍ଷ କର’ ଏହି ତିନୋଟି ମନ୍ତ୍ରକୁ ଓଡ଼ିଶାର ଯୁବପିଢୀ ଆପଣାଇଲେ ଓଡ଼ିଶା ଏକ ନମ୍ବର ରାଜ୍ୟରେ ପରିଣତ ହୋଇପାରିବ ବୋଲି ରାଉତ ମତବ୍ୟକ୍ତ କରିଛନ୍ତି


