ଇଫକୋ- ଆଇଏଫଏଫଡିସି ପକ୍ଷରୁ ମାଛ ଯାଆଁଳା ବଣ୍ଟନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଇଫକୋ ଆଇଏଫଏଫଡିସି ପକ୍ଷରୁ ବୁଧବାର ହିଞ୍ଜିଳିକାଟୁ ବ୍ଲକ୍ ଚାନ୍ଦୁଲି ଗ୍ରାମରେ ମାଛ ଯାଆଁଳା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଡିପିଓ ଗାଙ୍ଗୀ ସୁବୁଦ୍ଧି ଯୋଗଦେଇ ଅନୁଷ୍ଠାନିକ ଭାବେ ରିବନ କାଟି ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଇଏଫଏଫଡିସିର ରାଜ୍ୟ ସଂଯୋଜକ ଡଃ ମୁକେଶ ଖାନ୍ନା ଓ ଚାନ୍ଦୁଲି ସରପଞ୍ଚ ଅନିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ସମ୍ପୃକ୍ତ ବିଭାଗ ପକ୍ଷରୁ ପୋଷ୍ୟ ପଞ୍ଚାୟତ ଚାନ୍ଦୁଲି ଗ୍ରାମର ୧୦ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ୧ ଲକ୍ଷ ମାଛ ଯାଆଁଳା ବଣ୍ଟନ କରଯାଇଥିଲା। ଏହି ଅବସରରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଗ୍ରାମ୍ୟ ପୋଖରୀରେ ଅଧିକରୁ ଅଧିକ ମାଛ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ଆତ୍ମ ନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବା ସହ ଆର୍ଥିକ ସ୍ଥିତି ସୁଦୃଢ ନିମନ୍ତେ ଅତିଥିମାନେ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ଆଇଏଫଏଫଡିସିର କ୍ଷେତ୍ର ଅଧିକାରୀ ଅଜୟ କୁମାର ବଳବନ୍ତରାୟ,ରାଧାକାନ୍ତ ସାମନ୍ତରାୟ, ରବି ନାରାୟଣ ପାଣିଗ୍ରାହୀ ଓ ଗିତାଞ୍ଜଳି ପାଇଟଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ଥାନୀୟ ଗ୍ରାମବାସୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ