ଇମ୍ଫା ଡମ୍ପକୁ ସବୁଜ ବନାନୀ ସୃଷ୍ଟି କରିବାକୁ ଅନୁମତି ଦାବି
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ସିଆଡିମାଳିଆ ଠାରେ ଥିବା ଇମ୍ଫା ଡମ୍ପକୁ ମାଟି ପକାଇ ସବୁଜ ବନାନୀ ସୃଷ୍ଟି କରିବା ପାଇଁ ଅନୁମତି ଦେବାକୁ ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁ ଦାବି କରିଛନ୍ତି । ତାଙ୍କ ଦାବି ଅନୁଯାଇ ହାଟଡିହି ତହସିଲ ଅଧିନସ୍ଥ କେ ବାଲିପାଳ ପଞ୍ଚାୟତର ସିଆଡିମାଳିଆ ମୌଜାର ଖାତାନଂ -୧୧୭ ପ୍ଲଟ ନଂ ୫୬୯ରେ ଥିବା ପ୍ରାୟ ୮୦ଏକର ଜମିରେ ୧୯୯୪ ମସିହାରେ ଇମ୍ଫା ଖଣି କର୍ତ୍ତୁପକ୍ଷ ଗ୍ରାମବାସୀଙ୍କ ସହିତ ବୁଝାମଣା ଭିତରେ ଉର୍ବର ମାଟି ପକାଇ ଜଂଗଲ ସୃଷ୍ଟି କରିବା ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ଇମ୍ଫା କମ୍ପାନୀ ଉର୍ବର ମାଟି ବଦଳରେ ପଥର ମିଶା ମାଟି ପକାଇ ଉକ୍ତ ଯାଗାକୁ ସମ୍ପୁର୍ଣ୍ଣ ନଷ୍ଟ କରିଦେଇଥିଲା । ଫଳସ୍ୱରୁପ ଗତ ୩/୫/୨୦୧୮ରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଏହି ପଥରମିଶା ମାଟିକୁ ଇମ୍ଫା କର୍ତ୍ତୁପକ୍ଷ ନିଜ ଏରିଆକୁ ନେଇଯିବାକୁ ଚିଠି ମାଧ୍ୟମରେ ଇମ୍ଫା କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଥିଲୁ । କିନ୍ତୁ ଇମ୍ଫା କର୍ତ୍ତୁପକ୍ଷ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲେନି । ୨୦୧୬ ମସିହାରେ ତହସିଲ ପ୍ରଶାସନ ଉପରୋକ୍ତ ସ୍ଥାନରୁ ବାଙ୍ଗାର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପଥର ଖୋଳିବାକୁ ତିନିମାସ ପାଇଁ ଅନୁମତି ଦେଇଥିଲା । କିନ୍ତୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ୧ମାସ ପରେ ସେହିସ୍ଥାନରେ ପ୍ରଶାସନ ୧୪୪ଧାରା ଜାରି କରିଥିଲା । ଏଣୁ ଏହି ସ୍ଥାନକୁ କୌଣସି ବ୍ୟକ୍ତି ବିୋଷଙ୍କୁ ନିଲାମ ଦିଆନଯାଇ ସେଠାରେ ମାଟିପକାଯାଇ ଏକ ସବୁଜ ବନାନୀ ସୃଷ୍ଟି କରିବାକୁ ଜିଲ୍ଲାପାରିଷଦ ସଦସ୍ୟା ଟିକି କିସ୍କୁ, ପଞ୍ଚାନନ ମହାରଣା, ଧିର ସେନାପତି, ରବିନ୍ଦ୍ର ପଦୁରିଆ, ରାଧାକାନ୍ତ ନାଇକ, ବୈଜୟନ୍ତ ସଲଙ୍ଗି, ଗାଙ୍ଗି ହୋ, କାଳିଆ ସଲଙ୍ଗି, ଆନନ୍ଦ ନାଇକ, ବୁଦ୍ଧଦେବ ପଦୁରିଆ, ଚନ୍ଦ୍ରମଣି ନାଇକ, ଦୁଃଖବନ୍ଧୁ ନାଇକ, ନିରା ବିନିସିଆ, ରମେଶ ନାଇକ, ରବି ମାଝୀ, ଜଗନ୍ନାଥ ନାଇକ, ଯଶୋବନ୍ତ ବିଶ୍ୱାଳ, ବିଶ୍ୱଜିତ ସଲଙ୍ଗିଙ୍କ ସମେତ ବହୁ ଗ୍ରାମବାସୀ ହାଟଡିହି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।