ଇ-ରୋଜଗାର ସମାଚାର ଲୋକାର୍ପିତ
(ଯୁଗାବ୍ଦ ନ୍ୟୁଜ) , କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ରୋଜଗାର ସମାଚାରର ଇ-ସଂସ୍କରଣର ଲୋକାର୍ପଣ କରିଛନ୍ତି । ଏହାକୁ ଚାକିରି ଆଶାୟୀମାନଙ୍କୁ ରାଷ୍ଟ୍ରାୟତ ଉଦ୍ୟୋଗ ସମେତ ସରକାରୀ ଚାକିରି ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ପାଇଁ ଆରମ୍ଭ କରାଯାଇଛି । ଏହା ମଧ୍ୟ ବିଶେଷଜ୍ଞମାନଙ୍କ କ୍ୟାରିୟର ସମ୍ବନ୍ଧୀୟ ଲେଖା ଜରିଆରେ ବିଭିନ୍ନ କ୍ଷେତ୍ରରେ କ୍ୟାରିୟର ସୁଯୋଗ ଏବଂ ନାମଲେଖାକୁ ନେଇ ସୂଚନା ଏବଂ ମାର୍ଗଦର୍ଶନ ଉପଲବ୍ଧ କରାଇବ । ଏହାଫଳରେ ଇଲେକ୍ଟ୍ରୋନିକ ମାଧ୍ୟମ ଆଡକୁ ଯାଇ ସାରିଥିବା ଯୁବ ପାଠକ ମାନଙ୍କର ସମସ୍ୟା ସମାଧାନ କରାଯାଇ ପାରିବ ।