ଉଚ୍ଚତର ଗବେଷଣା ପାଇଁ ଦୁଇଭାଇଙ୍କୁ ସମ୍ବର୍ନ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ, ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଓ ସମର୍ଥକଙ୍କ ପକ୍ଷରୁ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଏକ ସମ୍ବର୍ନ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିକାଶ ସାମ୍ମୁଖ୍ୟ ସଂପାଦକ ଅଧ୍ୟାପକ ଅଜୟ ସାମଲ ଡଃ. ମନୋରଞ୍ଜନ ସାହୁ ପଦାର୍ଥ ବିଜ୍ଞାନରେ ଏବଂ ଡଃ. ଜ୍ଞାନ ରଞ୍ଜନ ସାହୁ ରସାୟନ ବିଜ୍ଞାନରେ ଉଚ୍ଚତର ଗବେଷଣା ପାଇଁ ଜିଲ୍ଲାରେ ଗୈାରବ ଅର୍ଜନ କରିଥିବାରୁ ଉଭୟଙ୍କୁ ମାନପତ୍ର ଓ ଉପଢୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ସମର୍ଥକଙ୍କ ପକ୍ଷରୁ ଡଃ. ବାସୁଦେବ ଦାସ ଏବଂ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ଓ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ ଆଦିକନ୍ଦ ରାଉଳ ମାନପତ୍ର ପାଠ କରିଥିଲେ । ଉଭୟଙ୍କ ପିତା ପୂର୍ବତନ ରାଜସ୍ୱ ନିରୀକ୍ଷକ ଗୈାରାଙ୍ଗ ଚରଣ ସାହୁଙ୍କୁ ସଂଗଠନ ଗୁଡିକ ପକ୍ଷରୁ ଏଭଳି ସୁପୁତ୍ରମାନଙ୍କୁ ଶିକ୍ଷା ଦେଇଥିବାରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସଭାରେ ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବ ଚରଣ ସ୍ୱାଇଁ, ବଳରାମ ସାହୁ, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ଅଧ୍ୟାପକ ପ୍ରଭାକର ମଲ୍ଲିକ,ନେତ୍ରାନନ୍ଦ କର, ପଙ୍କଜ ଚରଣ ବେହେରା, ଶ୍ରୀନିବାସ ପରିଡା, ଅମୀୟ କୁମାର ନାୟକ, ମଧୁସୁଦନ ବାରିକ ପ୍ରମୁଖ ଉପସ୍ଥିତ ରହି ମନୋରଞ୍ଜନ ଏବଂ ଜ୍ଞାନରଞ୍ଜନକୁ ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ