ମହାକାଳପଡାରେ ବିଜେଡିର ମିଶ୍ରଣ ପର୍ବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ମହାକାଳପଡା ଗ୍ରାମ ପଂଚାୟତ ନିମନ୍ତେ ସରପଂଚ ପଦବୀ ପାଇଁ ଚଳିତ ଉପନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରୁଥିବା ବିଜେପି ସମର୍ଥିତ ପାର୍ଥିନୀ ଜୀବନଜ୍ୟୋସ୍ନା ଜେନା ଓ ତାଙ୍କ ସ୍ୱାମୀ ଯୁବ ନେତା ରବିନ୍ଦ୍ର କୁମାର ରାଉତ ନିଜର ସମର୍ଥକ ମାନଙ୍କ ସହିତ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ବିଜେଡି ଦଳ ଉପରେ ଆସ୍ଥା ପ୍ରକଟ କରି ମାର୍ଶାଘାଇ ଡାକବଙ୍ଗଳା ଠାରେ ବିଧାୟକ ଓ ପଂଚାୟତ ବିଜେଡିର ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ବିଧାୟକ ଓ ନେତୃମଣ୍ଡଳୀ ଶ୍ରୀ ରାଉତଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ଉପସ୍ଥିତ ନେତୃମଣ୍ଡଳୀଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ପାଳ, ସଞ୍ଜୟ କୁମାର ଦାଶ, ଶାରଦା ପ୍ରସାଦ ଚୈାଧୁରୀ, ତ୍ରିଲୋଚନ ପ୍ରଧାନ, ନୃସିଂହ ମହାପାତ୍ର, ସୁରଭି ଜେନା, ଅଭିଳାଶ ଦାଶ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ରଞ୍ଜନ କୁମାର ପଣ୍ଡା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ମାଧବାନନ୍ଦ ପାତ୍ର, ସ୍ମୃତି ରଂଜନ ପ୍ରଧାନ, ଭ୍ରମରବର ଦାଶ, ଗରୁଡ ଚରଣ ବିଶ୍ୱାଳ, ପ୍ରଭାସ ବିଶ୍ୱାଳ, ଜନ୍ମଜେୟ ମଲ୍ଲ, ସୁଜାତା ସାମନ୍ତରାୟଙ୍କ ସମେତ ବହୁ ବିଜେଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ