ଉଚ୍ଚ କତୃପକ୍ଷଙ୍କ ତ୍ରୁଟି ପାଇଁ ଅଡୁଆରେ ପଡିଲେ ଶିକ୍ଷକ!
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ଲଘୁଚାପ ବର୍ଷା ଯୋଗୁଁ ଶୁ୍କ୍ରବାର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ କିନ୍ତୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସ୍କୁଲରେ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ଗୁରୁବାର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଚିଠି ଯୋଗୁଁ ନାଉଗାଁ ବ୍ଳକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସ୍କୁଲର ଶିକ୍ଷକମାନେ ଅଡୁଆରେ ପଡିଥିବା ଜଣାଯାଇଛି । ଏପରିକି ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ନିର୍ଦ୍ଦେଶ ସଂଖ୍ୟା-୧୧୬୦୦ ତା ୨୪.୧୦.୧୯ରେ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟ, କେନ୍ଦ୍ରିୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ସମେତ ବେସରକାରୀ ବିଦ୍ୟାଳୟ ଆଦି ବନ୍ଦ ରହିବା ପାଇଁ ଚିଠି କରାଯାଇଥିଲା । ଏହି ଚିଠିର ମେମୋ ସଂଖ୍ୟା-୧୧୬୦୧ର ନକଲ ସମସ୍ତ ସ୍ଲୁଲ ଓ ଅଧ୍ୟକ୍ଷ, କେନ୍ଦ୍ରିୟ ବିଦ୍ୟାଳୟ,ମେମୋ ସଂଖ୍ୟା-୧୧୬୦୨ ଡିପିସି, ସର୍ବଶିକ୍ଷା ଯୋଜନା, ବ୍ଳକ ଶିକ୍ଷାଧିକାରୀ, ମେମୋ ସଂଖ୍ୟା-୧୧୬୦୩ ଡିଆଇପିଆରଓ, ଜଗତସିଂହପୁର, ମେମୋ ସଂଖ୍ୟା-୧୧୬୦୪ ଜିଲ୍ଲାପାଳ, ଜଗତସିଂହପୁର, ମେମୋ ସଂଖ୍ୟା-୧୧୬୦୫ ସେକେଣ୍ଡାରୀ ଏଜୁକେଶନ ଓଡିଆ,ଭୁବନେଶ୍ୱର , ଷ୍ଟେଟ ପ୍ରୋଜେକ୍ଟ ଡାଇରେକ୍ଟର, ଓଏସଇପିଏ ଓ ମେମୋ ସଂଖ୍ୟା- ୧୧୦୬୦ରେ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଆଦିଙ୍କୁ ଅବଗତ କରାଇବା ପାଇଁ ପଠା ଯାଇଛି । ଯେଉଁ ଚିଠି ପାଇଁ ନାଉଗାଁ ବ୍ଲକର ଶିକ୍ଷକମାନେ ସମସ୍ୟାରେ ପଡିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଠି ବଳରେ ଉକ୍ତ ବ୍ଳକରେ ଥିବା ୮୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ କାଁ ଭାଁ ବିଦ୍ୟାଳୟ ଖୋଲିଥିବା ଦେଖିବାକୁ ମିଳିଥିଲା । ଏପରିକି ମଧ୍ୟାହ୍ନ ପରେ ମଧ୍ୟ କେତେକ ଶିକ୍ଷକ ବିଦ୍ୟାଳୟ ଖୋଲିଥିବା ବେଳେ ଅଧିକାଂଶ ବିଦ୍ୟାଳୟ ବନ୍ଦ ରହିଥିଲା । ଅନେକ ପଂଚାୟତରେ ବିଦ୍ୟାଳୟକୁ ଶିକ୍ଷକମାନେ ଆସି ନଥିବାରୁ ସ୍ଥାନୀୟ ଜନସାଧାରଣ ବିରୋଧ କରିଥିବା ମଧ୍ୟ ଜଣାଯାଇଛି । ବ୍ଳକର ଅଧିକାଂଶ ବିଦ୍ୟାଳୟ ବନ୍ଦ ରହିଥିବା ଖବର ଜଗତସିଂହପୁର ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିସି) ଜାଣିବା ପରେ ବ୍ଳକ ଶିକ୍ଷାଧିକାରୀଙ୍କୁ କେଉଁ କେଉଁ ବିଦ୍ୟାଳୟ ବନ୍ଦ ରହିଛି ତାର ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ଳକ ଶିକ୍ଷାଧିକାରୀ ନିର୍ଦ୍ଦେଶ ପାଇବା ପରେ ସିଆରସିସିମାନଙ୍କୁ ନିଜ କ୍ଲଷ୍ଟରେ ଥିବା ବିଦ୍ୟାଳୟକୁ ବୁଲି ତଦନ୍ତ କରି ତାଲିକା ଦେବାକୁ କହିଥିଲେ । କିନ୍ତୁ ଉକ୍ତ ସିଆସିସିମାନେ ନିଜର ଦୋଷକୁ ଲୁଚାଇବା ପାଇଁ ସମସ୍ତ ବିଦ୍ୟାଳୟ ଖୋଲା ଥିବା ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ । ଏପରିକି କେଉଁ ବିଦ୍ୟାଳୟରେ କେତେ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଅଛନ୍ତି ଏହା ମଧ୍ୟ ସୂଚନା ଦିଆଯାଇଥିବା ଜଣାଯାଇଛି । ଅନ୍ୟପଟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ସ୍କୁଲ ବନ୍ଦ ରହିବା ପାଇଁ ଚିଠି କରାଯାଇଥିଲେ ମଧ୍ୟ ବ୍ଲକ ଶିକ୍ଷାଧିକାରୀ ଓ ସିଆରସିସିଙ୍କ ମୋବାଇଲିକୁ ସ୍କୁଲ ବନ୍ଦ ରହିବ କିନ୍ତୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସ୍ଲୁଲରେ ଉପସ୍ଥିତ ରହିବେ ବୋଲି ମ୍ୟାସେଜ କରାଯାଇଥିଲା । ଏପରିକି ଉକ୍ତ ସିଆରସିସିମାନେ ନିଜ କ୍ଲଷ୍ଟରରେ ଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କ ମୋବାଇଲିକୁ ମ୍ୟାସେଜ ପଠାଇବା ସହିତ ସେମାନଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଥିଲା । କିନ୍ତୁ ଉକ୍ତ ସିଆରସିସିମାନେ ନିଜ କ୍ଲଷ୍ଟରର ପ୍ରଧାନ ଶିକ୍ଷକମାନଙ୍କୁ ଯୋଗାଯୋଗ କରି ନଥିବାରୁ ସ୍କୁଲ ବନ୍ଦ ହେବକି ନାହିଁ ସେମାନେ ଅଡୁଆରେ ପଡିଥିବା କିଛି ପ୍ରଧାନ ଶିକ୍ଷକ ନାମ ଗୋପନ ରଖି ପ୍ରକାଶ କରିଥିଲେ । ଜିଲ୍ଲା ଶିକ୍ଷା ବିଭାଗରେ ଜିଲ୍ଲା ଶିକ୍ଷାଧିକାରୀ ମୁଖ୍ୟ ଅଧିକାରୀ ହୋଇଥିବା ବେଳେ ତାଙ୍କ ଚିଠିକୁ ନେଇ ଶିକ୍ଷକମାନେ ଅଡୁଆରେ ପଡିବା ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ବିଷୟରେ ବ୍ଳକ ଶିକ୍ଷାଧିକାରୀ ମାଗୁଣୀ ଚରଣ ମହାନ୍ତିଙ୍କୁ ପଚାରିବାରୁ ଆମେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଠି ପାଇବା ପରେ ପ୍ରତି ସିଆରସିସିଙ୍କୁ ବିଦ୍ୟାଳୟ ବନ୍ଦ ରହିବ କିନ୍ତୁ ଶିକ୍ଷକମାନେ ଉପସ୍ଥିତ ରହିବା ପାଇଁ ମ୍ୟାସେଜ କରିଥିଲୁ । ସିଆରସିସିମାନେ ସେମାନଙ୍କ ମ୍ୟାସେଜକୁ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିବେ । ଯଦି ବିଦ୍ୟାଳୟ ବନ୍ଦ ଥିବା ସୂଚନା ଆସି କେଉଁ ବିଦ୍ୟାଳୟ ବନ୍ଦ ରହିଛି ଏହାର ରିପୋର୍ଟ ଦେବା ପାଇଁ ସିଆରସିସିଙ୍କୁ କୁହାଯାଇଥିବା କହିଥିଲେ । ଅନ୍ୟପଟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପବିତ୍ର କରଙ୍କୁ ପଚାରିବାରୁ ସମସ୍ତ ବିଦ୍ୟାଳୟ ଖୋଲା ଥିବା ସୂଚନା ଦିଆଯାଇଥିବା ବେଳେ କେଉଁ କେଉଁ ବିଦ୍ୟାଳୟରେ କେତେ ଶିକ୍ଷକ ଉପସ୍ଥିତ ଥିବା ପଚାରିବାରୁ ଯୋଗାଯୋଗ ବିଛିନ୍ନ କରିଥିଲେ । ଜିଲ୍ଲପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।


