ଉଚ୍ଛେଦକୁ ବିରୋଧ କରି ଉଠାଦୋକାନୀମାନଙ୍କ ବିଶାଳ ସମାବେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଉଠାଦୋକାନୀମାନଙ୍କୁ ଥଇଥାନ ପରିବର୍ତ୍ତେ ସେମାନଙ୍କୁ ଉଚ୍ଛେଦ କରିବା ଦାବିରେ ସାରା ଭାରତରେ ଉଠାଦୋକାନୀମାନଙ୍କର ବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ଉଚ୍ଛେଦକୁ ବିରୋଧ କିର ଉଠାଦୋକାନୀମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ରାଜମହଲଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ୨୦୦ ଉଠାଦୋକାନୀଙ୍କ ପ୍ରତିନିଧି ଏକ ଶୋଭାଯାତ୍ରାରେ ଆସି ପିଏମ୍‌ଜିଠାରେ ପହଂଚି ଥିଲେ ଏବଂ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଠାରେ ପ୍ରକାଶଥାଉ, ରାଜ୍ୟ ସରକାର, ବିଏମ୍‌ସି ଓ ନିଖିଳ ଉତ୍କଳ କ୍ଷଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ମିଳିତ ଉଦ୍ୟମରେ ୨୦୦୬ ମସିହାରେ ଭୁବନେଶ୍ୱରରେ ପ୍ରଥମ କରି ପାଖାପାଖି ୬୦ଟି ସଂଘର ୧୫୦୦ ଉର୍ଦ୍ଧ୍ୱ ଉଠାଦୋକାନୀମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରାଯିବା ସହ ସାରା ବିଶ୍ୱରେ ବିଏମ୍‌ସି ଏକ ପରିଚୟ ସୃଷ୍ଟି କରିଥିଲା ଏବଂ ଭୁବନେଶ୍ୱର ଭେଣ୍ଡିଂଜୋନ ଭାରତ ସରକାରଙ୍କର ଏକ ମଡ଼େଲ ଭାବରେ ଗ୍ରହଣ କରି ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଭୁବନେଶ୍ୱର ଭେଣ୍ଡିଂଜୋନ ଦେଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବଡ଼ ଦୁଃଖର ବିଷୟ ଏହା ମଧ୍ୟରେ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଆଉ ନୂତନ ଭଣ୍ଡିଂଜୋନ ତିଆରି କରାଯାଇ ନାହିଁ କି ଉଠାଦୋକାନୀମାନଙ୍କୁ ଥଇଥାନ କରାଯାଇ ନାହିଁ । ତେଣୁ ଉଠାଦୋକାନୀଙ୍କୁ ଉଚ୍ଛେଦ ନକରି ଥାଇଥାନ କରିବା ପାଇଁ ସଂଘ ତରଫରୁ ଉଠାଦୋକାନୀ ୱେଲଫେୟାର ବୋର୍ଡ଼ ଗଠନ କରିବା, ଉଠାଦୋକାନୀ ଆଇନକୁ ସମସ୍ତ ମୁନିସିପାଲିଟି, ଏନ୍‌.ଏ.ସି. କର୍ପୋରେସନରେ କାର୍ଯ୍ୟକାରୀ କରିବା, ପ୍ରତ୍ୟେକ ଏନ୍‌.ଏ.ସି., ମୁନିସିପାଲିଟି କର୍ପୋରେସନରେ ଟାଉନ ଭେଣ୍ଡିଂଜୋନ ଗଠନ କରିବା, ଆଇନ୍ ଅନୁଯାୟୀ ପ୍ରଥମେ ଥଇଥାନ ପୂର୍ବରୁ ଉଚ୍ଛେଦ ବନ୍ଦ କରିବା, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା, ବିଏମ୍‌ସିର ମନୋମୁଖୀ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା, ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନଙ୍କୁ ତୁରନ୍ତ ଥଇଥାନ କରିବା, ଫନି ଓ କରୋନାରୁ ବଞ୍ôଚତ ଉଠାଦୋକାନୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିବା, ସ୍ମାର୍ଟସିଟି ଅଞ୍ଚଳରେ ଆଇନ୍‌କୁ ଖିଲାପ କରି ଉଠାଦୋକାନୀମାନଙ୍କୁ ବଳପୂର୍ବକ ଉଚ୍ଛେଦକୁ ବନ୍ଦ କରିବା ଆଦି ୯ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ଆଇନ୍ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଠାଦୋକାନୀ ମହାସଂଘର ସଭାପତି ପ୍ରତାପ ସାହୁଙ୍କ ସେମତ ଦିଲ୍ଲୀର ସୁବାସ ଭଟ୍ଟନାଗର ଏବଂ ଉପାସନା ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ, ସୁଦର୍ଶନ ପୃଷ୍ଟି, ନିରଞ୍ଜନ ପାଣ୍ଡେ, ସୂର୍ଯ୍ୟମଣି ସାହୁ, ଅନୁ ମିଶ୍ର, ବସନ୍ତ ବାବୁ, ବାନାମ୍ବର ପଟ୍ଟନାୟକ, କାଳନ୍ଦୀ ବାବୁ, କାର୍ତ୍ତିକେଶ୍ୱର ନାୟକ, ଏମ୍‌ଡ଼ି ଗୁଲଜର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ