ଉତ୍କଳମଣି ଶିଶୁ ସାହିତ୍ୟ ସଭିତି ପକ୍ଷରୁ ଉତ୍କଳ ଦିବସ ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ) :ଶଙ୍ଖୋ ଧବଳେଶ୍ୱର ଉ.ପ୍ରା ବିଦ୍ୟାଳୟ ପରିସରରେ ଉତ୍କଳମଣି ଶିଶୁ ସାହିତ୍ୟ ସମିତି ପକ୍ଷରୁ ୮୭ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆମ୍ବୋ ପଞ୍ଚାୟତର ସରପଞ୍ଚ ଅନୁରାଧା ମହାପାତ୍ର ଯୋଗଦେଇ ଓଡିଶା ମାଟି, ଓଡିଆ ଜାତି ଓ ଓଡିଆ ଭାଷା ସାହିତ୍ୟଆମର ଶ୍ରେଷ୍ଠ ପରିଚୟ । ଆମେ ସମେସ୍ତ ଏହାକୁ ନେଇ ଗର୍ବ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଶିଶୁ ସାହିତ୍ୟ ସମିତିର ସଭାପତି ରତ୍ନାକର ଦାସ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିକ୍ଷକ ତଥା ସମାଜସେବୀ ଭକ୍ତ ଚରଣ ଜେନା ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଉତ୍କଳମଣି ଶିଶୁ ସାହିତ୍ୟ ସମିତିର ସମ୍ପାଦକ ନାରାୟଣ ଚନ୍ଦ୍ର ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ । ଏହିକାର୍ଯ୍ୟକ୍ରମରେ ୱାର୍ଡସଭ୍ୟ ବନମାଳୀ ଜେନା, ଶିକ୍ଷୟତ୍ରୀ କନକ ମଞ୍ଜରୀ ସାହୁ, ନିରଞ୍ଜନ ଦାସ, ଭରତ ଚନ୍ଦ୍ର ଶଙ୍ଖୁଆ, ପ୍ରାକ୍ତନ ସରପଞ୍ଚ ସୁବ୍ରତ ମହାପାତ୍ର, ମହେନ୍ଦ୍ର ଦାସ, ଶେଷଦେବ ଦାସ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।


