ନାୟବ ସରପଞ୍ଚ ନିର୍ବାଚନ ପ୍ରସଙ୍ଗ : ଫଳାଫଳ ଘୋଷଣା ଉପରେ ଅଙ୍କୁଶ ଲଗାଇଲେ କୋର୍ଟ

ହାଟଡିହି, (ବିକାଶ ବିଶ୍ୱାଳ) :ହାବଳେଶ୍ୱର ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନ ଫଳଫଳା ଫଳ ଘୋଷଣା ହେବନି ବୋଲି ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଞ୍ଚାୟତରେ ଗତ ନାଏବ ସରପଞ୍ଚ ନିର୍ବାଚନ ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ଏଠାରେ ପୁନର୍ବାର ଆସନ୍ତା ୨ତାରିଖ ଦିନ ନିର୍ବାଚନ ହେବାକୁ ବିଡିଓ ତଥା ନିର୍ବାଚନ ଅଧିକାରୀ ଚିଠି କରିଥିଲେ । ମାତ୍ର ଏହା ବିରୁଦ୍ଧରେ ଜାବିନିପୁର ଗ୍ରାମର ଚାନ୍ଦ ମୁଣ୍ଡା ହାଇକୋର୍ଟରେ ଆବେଦନ କରିବା ପରେ ମାନ୍ୟବର ଅଦାଲତ ଡବ୍ଲୁପିସି କେସ ନଂ ୭୮୩୫/ ୨୦୨୨ର ଶୁଣାଣି କରି ୨ତାରିଖରେ ହେବାକୁଥିବା ନିର୍ବାଚନ ଯଦି ହୁଏ ତେବେ ଏହାର ଫଳାଫଳ ଘୋଷଣା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଏଠାରେ ନାଏବ ସରପଞ୍ଚ ନିର୍ବାଚନ ବେଳେ ଗୋଟିଏ ଗୋଷ୍ଠୀ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ବାହାରେ ରହିଥିଲେ ।ଏହାକୁନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । କାର୍ଯ୍ୟାଳୟ ଭିତରେ ଥିବା ୱାର୍ଡସଭ୍ୟ ସଭ୍ୟା ମାନେ ନାଏବ ସରପଞ୍ଚ ଭାବେ ଜଣକୁ ନିର୍ବାଚିତ କରିଥିବାବେଳେ ପ୍ରିଜାଇଡିଂ ଅଫିସର କୋରମ ଅଭାବରୁ ନିର୍ବାଚନ ହୋଇ ପାରିନଥିବା ନେଇ ରିପୋର୍ଟ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ