ଉତ୍କଳ ଦିଵସ ଓ ପ୍ରଵେଶ ଉତ୍ସବ ପାଳନ
ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ପ୍ରବେଶ ଉତ୍ସବ ପାଳନ ସହ ଉତ୍କଳ ଦିବସ ମହା ଆଡମ୍ବରରେ ପାଳନ ହୋଇଯାଇଅଛି। ସକାଳ ୭ ଘଟିକା ସମୟରୁ ପ୍ରବେଶ ଉତ୍ସବରେ ନୂତନ ଶିଶୁ ମାନଙ୍କୁ ସ୍ବାଗତ କରିଵା ସହ ଗୁରୁଜୀ ମନୋରଞ୍ଜନ ଦାସ ଓ କୈଳାସ ଚନ୍ଦ୍ର ଶତପଥୀଙ୍କ ପୌରହିତ୍ୟରେ ଵିଦ୍ୟାରମ୍ଭ ଯଜ୍ଞର ଆୟୋଜନ କରାଯାଇଥିଲା । ପରେ ପରେ ଉତ୍କଳ ଦିବସ ଭବ୍ୟତାର ସହ ପାଳନ ହୋଇଥିଲାଏହି କାର୍ଯ୍ୟକ୍ରମକୁ ଛତ୍ରପୁର ସହରର ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ କଲେଜର ଓଡିଆ ଅଧ୍ୟାପିକା ମାନନୀୟା ନିଖିଳ ପ୍ରଭା ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏବଂ ବକ୍ତବ୍ୟରେ ଉତ୍କଳ ଦିବସର ଉଦ୍ଦେଶ୍ୟ ବିଷୟରେ କହିଥିଲେ । ଵିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ମାନନୀୟ ରବୀନ୍ଦ୍ର ନାଥ ଦାସ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିଲେ । ଵିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ମହାନ୍ତି ପିଲାଙ୍କୁ ଅଭିଭାଷଣ ପ୍ରତିପାଦନ କରିବା ସହ ବିଦ୍ୟାଳୟ ଆଚାର୍ଯ୍ୟ ପ୍ରତିନିଧି ଗୁରୁଜୀ ମନୋରଞ୍ଜନ ଦାଶ ଉତ୍କଳ ଦିଵସର ସାରତତ୍ତ୍ବ ଵିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଶ୍ରୀ ପଦ୍ମ ଚରଣ ସାହୁ ପିଲାଙ୍କୁ ଚୁମ୍ବକରେ ଉତ୍କଳ ଦିବସ ବିଷୟ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଗୁରୁଜୀ ଶ୍ରୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ, ବରିଷ୍ଠ ଗୁରୁଜୀ ସୁରେଶ କୁମାର ଆଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଶିଶୁଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର କୋଷାଧ୍ୟକ୍ଷ ଶ୍ରୀ ଏ. ରାବଣା ରାଓ, ଉପ ସଭାପତି ଶ୍ରୀମତୀ ଗୀତାଞ୍ଜଳୀ ପାଢ଼ୀ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଵେହେରା ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ଓ ସଦସ୍ୟା ସୁନୀତା ସେଠ ପ୍ରମୁଖ ଯୋଗଦେଇଥିଲେ । ଏଵଂ ଅଭିଭାବକ, ଅଭିଭାବିକା, ସେବକ, ସେବିକା ସହଯୋଗ କରିଥିଲେ ।


