ଉତ୍ତର ଘୁମୁସର ବନଖଣ୍ଡ ଗମ୍ଭାରୀଗୋଚ୍ଛା ଗ୍ରାମ ନିକଟରେ ପୁଣି ଏକ ହାତୀର ମୃତ୍ୟୁ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗମ୍ଭାରୀଗୋଚ୍ଛା ଗ୍ରାମ ନିକଟରେ ଥିବା ଝିଲିମିଲି ଘାଇ ଠାରେ ଏକ ଅଣ୍ଡିରା ଛୁଆ ହାତୀର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି। କିଛି ଦିନ ହେବ ଉକ୍ତ ଅଞ୍ଚଳରେ ୨୨ ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ଆଜି ସକାଳୁ ଏକ ଛୁଆ ଦନ୍ତା ମରିପଡିଥିବା ଦେଖିବାକୁ ମିଳିଛି।ଯାହାର ବୟସ ଆନୁମାନିକ ୧୦ରୁ ୧୨ ବର୍ଷ ହେବ l ଘଟଣା ସ୍ଥଳରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଘଟଣା ର ତଦନ୍ତ ଚଳାଇଛନ୍ତି l ପାରିପାର୍ଷିକ ସ୍ଥିତି କୁ ଅନୁଧ୍ୟାନ କଲେ ଲକ୍ଷ ଅନୁମାନ କରାଯାଉଛି ଯେ ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି l ପୋଷ୍ଟମଟମ ପରେ ହିଁ ହାତୀ ମୃତ୍ୟୁ ର ପକୃତ କାରଣ ଜଣାପଡିବ l


