ଗାଙ୍ଗପୁରରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ୨୧ ବାଟାଲିୟନ୍ ତରଫରୁ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟ୍ ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଏବଂ ମୁଖ୍ୟ ବକ୍ତାରୂପେ ପାଇଲିପଡ଼ା ସମିତିସଭ୍ୟ ରବୀନ୍ଦ୍ର କୁମାର ପତ୍ର ଯୋଗଦେଇଥିଲେ I ସେହିପରି ସମ୍ମାନୀତ ଅତିଥି ରୂପେ ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,କ୍ଷତ୍ରିୟବରପୁର ସରପଞ୍ଚ କମଳ କୁମାରୀ ପ୍ରଧାନ,ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ଵାଇଁ, ବଡ଼ପଡ଼ା ସମିତିସଭ୍ୟ ପୀତବାସ ସାହୁ,ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାସ, ସଞ୍ଜୟ ପ୍ରଧାନ, ସମାଜସେବୀ ଜିତେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ I ଆଜିର ଉଦ୍ଘାଟନୀ ମ୍ୟାଚ୍ ରେ ଦହିମୁଣ୍ଡଳୀ ଟିମ୍ କୁ ହରାଇ ସିଂହମର୍ଦ୍ଦନ ଟିମ୍ ବିଜୟୀ ହୋଇଥୁଲା I ସିଂହମର୍ଦ୍ଦନ ଟିମ୍ ପ୍ରଥମେ ଟସ୍ ଜିତି ଅଧିନାୟକ ଦୀପକ୍ ଭୂୟାଁଙ୍କ ନେତୃତ୍ୱରେ ବ୍ୟାଟିଂ କରି ୮୭ ରନ୍ କରିଥିବା ବେଳେ ଦହିମୁଣ୍ଡଳୀ ଟିମ୍ ଅଧିନାୟକ ସୁମନ୍ ଙ୍କ ନେତୃତ୍ୱରେ ନିର୍ଦ୍ଧାରିତ ଓଭର୍ ରେ ମାତ୍ର ୪୭ ରନ୍ କରିବାକୁ ସକ୍ଷମ ହୋଇଥିଲା I ଟୁର୍ଣ୍ଣାମେଣ୍ଟ୍ ପରିଚାଳନାରେ ବାଟାଲିୟାନ୍ ସଦସ୍ୟ ପୂର୍ଣ୍ଣ,ଶାନ୍ତନୁ, ରାଜା, ଜଗା, ପପୁନ୍, ପ୍ରମୋଦ, ମଙ୍ଗୁଳୁ, ଦୀପକ୍, ସନ୍ତୋଷ, ଗୌତମ,ଶିବ, କାହ୍ନା ପ୍ରମୁଖ ସହଯୋଗ କରିଥିଲେ I


