ଉଦ୍ଧାର ଫାଉଣ୍ଡେସନ ତରଫରୁ ଦଶମ ଶ୍ରେଣୀର ମେଧାବୀ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ବୃତ୍ତି ଓ ସମ୍ବର୍ଦ୍ଧନା ପ୍ରଦାନ
ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଆଜି ଉଦ୍ଧାର ଫାଉଣ୍ଡେସନ ସଂଗଠନ ତରଫରୁ ଟାଙ୍ଗୀ ଚୌଦ୍ୱାର ଉଭୟ ବ୍ଲକ ଓ ପୌରପାଳିକା ର ହାଇସ୍କୁଲ ମାନଙ୍କ ରେ ଚଳିତ ବର୍ଷ ଦଶମ ଶ୍ରେଣୀ ରେ ମେଧାବୀ ଛାତ୍ର ଛାତ୍ରୀ ମଧ୍ୟରୁ ନଖରା ସ୍ଥିତ ସଧୂସୁନ୍ଦର ବିଦ୍ୟାପୀଠ ର ଶୁଭ୍ରସ୍ମିତା ମଲ୍ଲିକ ୫୫୦ନମ୍ବର, କଳିଙ୍ଗ ବିଦ୍ୟାପୀଠର ମମତା ସାହୁ ୫୪୦ନମ୍ବର, କଳିଙ୍ଗ ପବ୍ଲିକ ହାଇସ୍କୁଲ ର ବୈଶାଳୀ ପ୍ରଧାନ୫୪୦ନମ୍ବର ଓ ଚୌଦ୍ୱାର OTM ହାଇସ୍କୁଲ ର ସୌମ୍ୟରଂଜନ ସାହୁ ୫୨୭ ନମ୍ବର ରଖି କୃତକାର୍ଯ୍ୟ ହୋଇ ଟାଙ୍ଗୀ ଚୌଦ୍ୱାର ବ୍ଲକ ଓ ପୌରପାଳିକା ର ସୁନାମ ଅର୍ଜନ କାରିଥିବାରୁ ଉଦ୍ଧାର ଫାଉଣ୍ଡେସନ ସଂଗଠନ ତରଫରୁ ସମ୍ମାନିତ କରାଯିବ ସହ ତାଙ୍କର ଉଚ୍ଚ ଶିକ୍ଷା ପାଇଁ ଭବିଷ୍ୟତ ର ଉଜ୍ୱଳ କାମନା କରାଗଲା, ଏହି ସମ୍ବର୍ଦ୍ଧନା ପର୍ବ ରେ ସଂଗଠନ ର ସଭାପତି ନରୋତ୍ତମ ଦାସ, ବରିଷ୍ଠ ଉପଦେଷ୍ଟା କିରଣବାଳା ନାୟକ, ଗୋଲାପ ସିଂ, ଶିବାନନ୍ଦ ବାରିକ, ସଞ୍ଜୟ ମିଶ୍ର, ଦିଲ୍ଲୀପ ସାହୁ, ପଦ୍ମପାଦ ସାହୁ, ଶୁଭସ୍ମିତା ସାହୁ, ଆଲୋକ ସିଂ, ଜ୍ୟୋତିପ୍ରକାଶ ପାଲ, ଜ୍ଞାନରଞ୍ଜନ ନାୟକ, ଶସଧର ସାହୁ, ଶଙ୍କର କୁମାର ଶର୍ମା, ପ୍ରଭାତ ସାମଲ, ମହେଶ ବେଉରା, ବଳରାମ ବେହେରା, ଚିତ୍ତରଞ୍ଜନ ଶର୍ମା, ରାକେଶ ସାହୁ ଓ ବି ହେମନ୍ତ କୁମାର, ସଦସ୍ୟ ମାନେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ