ଉଦ୍‌ଯାପିତ ହେଲା “ବସୁନ୍ଧରା”

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ସୁନ୍ଦରଗଡ ଜିଲ୍ଲାସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର ବରଗାଁ ଆଇଟିଆଇ ପରିସରରେ କେବଳ ଝିଅମାନଙ୍କ ପାଇଁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ “ବସୁନ୍ଧରା”ର ଆଜି ଥିଲା ଅନ୍ତିମ ଦିବସ । ପ୍ରାତଃରୁ ଉଠି ପିଲାମାନେ ସର୍ବଧର୍ମ ପ୍ରାର୍ଥନା ସାରିବା ପରେ ପତାକା ଉତୋଳନ ପାଇଁ ଏକତ୍ରିତ ହୋଇଥିଲେ । ପରେ ପରେ ଆରମ୍ଭ ହୋଇଯାଇଥିଲା ପୁରସ୍କାର ବଂଟନ ପର୍ବ । ଅନ୍ତିମ ଦିବସର ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡର ମାନ୍ୟବର ବିଧାୟିକା କୁସୁମ ଟେଟେ ଦିନ ୧୦ଘଟିକା ସମୟରେ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇଥିଲେ । ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ ଜାତୀୟ କାର୍ଯ୍ୟାଳୟର ପୂର୍ବଦେଶୀୟ ଅଂଚଳର ଉପନିର୍ଦ୍ଦେଶକ  ବବଲୁ ଗୋସ୍ୱାମୀ, ଟାଉନ ଥାନା ଆଇଆଇସି ସୂର୍ଯ୍ୟକାନ୍ତି ଦାଶ ଏବଂ ବଡଗାଁ ପଂଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜିଳି ମିଞ୍ଜ । ରାଜ୍ୟ ସଂଗଠିକା କମିଶନର (ଗାଇଡ୍‌) ଅନାମିକା ଦାସ ସ୍ୱାଗତ ସଂଭାଷଣ ପ୍ରଦାନ କରିଥିଲେ । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଝିଅମାନେ କିପରି ବିଭିନ୍ନ କ୍ଷେତ୍ରରେ କାମ କରି ଆଜି ଭାରତର ନାମକୁ ସମଗ୍ର ବିଶ୍ୱରେ ପରିଚିତ କରାଇ ପାରିଛନ୍ତି ସେକଥା କହିଥିଲେ । ଏପରିକି ଏବେ ଝିଅମାନେ ମଧ୍ୟ ଯୁଦ୍ଧକ୍ଷେତ୍ରରେ ଆଗୁଆ ହୋଇ ଦେଶ ମାତୃକାର ସେବା କରିବା ପାଇଁ ଆଗେଇ ଆସୁଛନ୍ତି ବୋଲି କହିଥିଲେ । ସେହିଭଳି ବଡ ହୋଇ ଦେଶମାତୃକାର ସେବା କରିବା ଲାଗି ସେ ନିଜ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ । ଏତେବଡ ବସୁନ୍ଧରା କ୍ୟାମ୍ପ ସୁନ୍ଦରଗଡରେ ହୋଇପାରିଥିବାରୁ ସେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ମହିଳାମାନେ ଯେତେ ଉନ୍ନତି କରିବେ ଦେଶର ଉନ୍ନତି ସେତେ ଅଧିକ ହୋଇପାରିବ । ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଟେଟେଙ୍କୁ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ “ବସୁନ୍ଧରା” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ବସୁନ୍ଧରା କାର୍ଯ୍ୟକ୍ରମରେ ହୋଇଥିôବା ପ୍ରତିଯୋଗିତା ଗୁଡିକରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ସହିତ ଫଳକ ô ପ୍ରଦାନ କରାଯାଇଥିଲା । ଶେଷରେ ବରଗାଁ ଆଇଟିଆଇ ର ପ୍ରତିଷ୍ଠାତା ସମ୍ପାଦକ ରାମଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ